24 ଘଣ୍ଟାରେ 12 ନୂଆ ସଂକ୍ରମିତ ଚିହ୍ନଟ
ରାଜ୍ୟରେ ହ୍ରାସ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ହେବା ଯୋଗୁଁ ଆଶ୍ବସ୍ତ ହୋଇଛନ୍ତି ଲୋକେ । ଗତ 24 ଘଣ୍ଟାରେ ରାଜ୍ୟରେ ମାତ୍ର 12 ଜଣ ନୂତନ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର: ରାଜ୍ୟରେ ହ୍ରାସ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ହେବା ଯୋଗୁଁ ଆଶ୍ବସ୍ତ ହୋଇଛନ୍ତି ଲୋକେ । ଗତ 24 ଘଣ୍ଟାରେ ରାଜ୍ୟରେ ମାତ୍ର 12 ଜଣ ନୂତନ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 7 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 5 ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସୂଚନା ମିଳିଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କଟକରୁ ଜଣେ, କେନ୍ଦ୍ରାପଡାରୁ ଜଣେ, ଖୋର୍ଦ୍ଧାରୁ 6, ନୂଆପଡାରୁ ଜଣେ , ସମ୍ବଲପୁରରୁ ଜଣେ , ସୁନ୍ଦରଗଡରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 485ରେ ପହଞ୍ଚିଛି ।
ବର୍ତ୍ତମାନ ରାଜ୍ୟରେ 79 ସକ୍ରିୟ ମାମଲା ରହିଛି । ନୂଆ 13 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 227 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications