ଖ୍ରୀଷ୍ଟମାସ ଓ ନୂଆବର୍ଷରେ ଜନଗହଳି ମନା, ଜିରୋ ନାଇଟ ସେଲିବ୍ରେସନକୁ ସରକାରଙ୍କ ନା
ବଡଦିନ ଓ ନୂଆ ବର୍ଷ ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ । ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ ଆସିଲା ଗାଇଡଲାଇନ । ଏଥର ଫିକା ପଡିବ ନୂଆ ବର୍ଷ । ଜାନୁଆରୀ ୧ ତାରିଖରେ ଜିରୋ ନାଇଟ ସେଲିବ୍ରେସନକୁ ମନା କରିଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ୱର: ବଡଦିନ ଓ ନୂଆ ବର୍ଷ ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ । ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ ଆସିଲା ଗାଇଡଲାଇନ । ଏଥର ଫିକା ପଡିବ ନୂଆ ବର୍ଷ । ଜାନୁଆରୀ ୧ ତାରିଖରେ ଜିରୋ ନାଇଟ ସେଲିବ୍ରେସନକୁ ମନା କରିଛନ୍ତି ରାଜ୍ୟ ସରକାର । ହୋଟେଲ, କ୍ଲବ, ପାର୍କ, କନଭେନନ ହଲ, କଲ୍ୟାଣ ମଣ୍ଡପ ଓ ରେଷ୍ଟୁରାଣ୍ଟରେ ନୂଆବର୍ଷ ପାଳନ କରାଯାଇପାରିବ ନାହିଁ ।

ସେହିପରି ଖ୍ରୀଷ୍ଟମାସ ଉତ୍ସବ ପାଳନରେ ଚର୍ଚ୍ଚରେ କୋଭିଡ୍ କଟକଣା ମଧ୍ୟରେ ସର୍ବାଧିକ ୫୦ ଜଣ ସାମିଲ୍ ହୋଇପାରିବେ । ଜନଗହଳି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଜିରୋ ନାଇଟ୍ ସେଲିବ୍ରେସନ୍, ହୋଟେଲରେ ନୂଆ ବର୍ଷ ପାଳନ ହୋଇପାରିବ ନାହିଁ ।
ଏହି ସମୟ ଭିତରେ ବାହାଘର ହୋଇପାରିବ ହେଲେ ଭୋଜିଭାତ କରାଯାଇପାରିବ ନାହିଁ । କୋଭିଡ କଟକଣା ଭିତରେ ଅନ୍ତ୍ୟେଷ୍ଟି କ୍ରିୟା କରାଯାଇପାରିବ । ଭିଡ ସମାବେଶ ଉପରେ କଟକଣା ଲାଗୁ ରହିବ । ସାମୁହିକ ଭୋଜି ଉପରେ କଟକଣା ଜାରି କରାଯାଇଛି । ସାମାଜିକ ସମାବେଶ, ରାଲି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି ହୋଇଛି ।












Click it and Unblock the Notifications