ଆଜି ବି ୧୦ ହଜାର ପାର୍ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରୁ କେବଳ ୩,୪୯୬ ପଜିଟିଭ୍

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୨୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୬୫ ଜଣ ଅଛନ୍ତି। ୧୦,୨୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୬୨ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୩୧୧ ଟି ହେଉଛି ଲୋକାଲ୍ କେସ୍‌।

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୨୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୬୫ ଜଣ ଅଛନ୍ତି। ୧୦,୨୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୬୨ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୩୧୧ ଟି ହେଉଛି ଲୋକାଲ୍ କେସ୍‌।

odisha corona cases

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୩ ହଜାର ୪୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୦୪୯, କଟକରୁ ୮୪୪, ସମ୍ବଲପୁରରୁ ୫୨୯, ମୟୂରଭଞ୍ଜରୁ୩୪୦, ବାଲେଶ୍ବରରୁ ୪୫୭, ପୁରୀରୁ ୨୬୯, ଝାରସୁଗୁଡାରୁ ୨୦୨, ବଲାଙ୍ଗୀରରୁ ୧୯୧, ଯାଜପୁରରୁ ୧୪୩, କୋରାପୁଟରୁ ୧୮୬, ଗଞ୍ଜାମରୁ ୫୫, ଜଗତସିଂହପୁର ୧୩୨, ଭଦ୍ରକରୁ ୧୦୨, ରାୟଗଡ଼ାରୁ ୧୮୩, କଳାହାଣ୍ଡିରୁ ୨୦୩, ନବରଙ୍ଗପୁରରୁ ୧୨୫, କେନ୍ଦୁଝରରୁ ୧୧୪, ସୋନପୁରରୁ ୧୩୨, ନୟାଗଡ଼ରୁ ୧୨୧, ଗଜପତିରୁ ୧୨୬, ବରଗଡ଼ରୁ ୧୦୨, ନୂଆପଡାରୁ ୪୫, କେନ୍ଦ୍ରାପଡାରୁ ୭୪, ଢେଙ୍କାନାଳରୁ ୬୯, ଅନୁଗୁଳରୁ ୮୫, କନ୍ଧମାଳରୁ ୨୬, ଦେବଗଡ଼ରୁ ୨୩, ମାଲକାନଗିରିରୁ ୩୦, ବୌଦ୍ଧରୁ ୨୪ ଓ ଷ୍ଟେଟପୁଲରୁ ୭୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନୂଆ ୧୦,୨୭୩ ଟି କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧, ୧୧୮୭୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦,୫୦ ,୧୭୯ ଜଣ ସୁସ୍ଥ ହୋଇସାରିଲେଣି। ୫୩,୧୭୧ ଜଣ ଚିକିତ୍ସାଧୀନ ଅଛନ୍ତି।

ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଭଦ୍ରକ, କଟକ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତକ ଅଛନ୍ତି। ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୪୭୬କୁ ବୃଦ୍ଧି ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+