ପାର୍ବଣ ପୂର୍ବରୁ ଭଲ ଖବର: ରାଜ୍ୟରେ ତଳମୁହାଁ ଦୈନିକ ସଂକ୍ରମଣ ଗ୍ରାଫ
ରାଜ୍ୟରେ କିଛିଦିନ ହେବ ୨ ଶହ ତଳେ କରୋନା ଦୈନିକ ସଂକ୍ରମଣ ରହୁଛି । ଗତକାଲି ସାରା ରାଜ୍ୟରୁ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮ଜଣ କ୍ୱାରେଣ୍ଟାଇନ୍ରୁ ରହିଥ
ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ୨ ଶହ ତଳେ କରୋନା ଦୈନିକ ସଂକ୍ରମଣ ରହୁଛି । ଗତକାଲି ସାରା ରାଜ୍ୟରୁ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୬୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୨୨ ଜଣ ସଂକ୍ରମିତ ରହିଛନ୍ତି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସକ୍ରିୟ କରୋନା ମାମଲା ୧୪୨୩ ରହିଛି ।

ଗୋଟିଏ ଦିନରେ କରୋନାରୁ ୧୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟର ୨୩ ଜିଲ୍ଲା ଓ ଷ୍ଟେଟପୁଲରୁ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଜିଲ୍ଲାରୁ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନଥିବା ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।
କଟକରୁ ସର୍ବାଧିକ ୪୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ବାଲେଶ୍ୱର, ବରଗଡ଼, ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାରୁ ୭ଜଣ, ବୌଦ୍ଧ ଜିଲ୍ଲାରୁ ୬ଜଣ, କଟକ ଜିଲ୍ଲାରୁ ୪୦ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୫ଜଣ, ଗଞ୍ଜାମ ଜିଲ୍ଲାରୁ ୫ଜଣ, ଜଗତସିଂହପୁର ଜିଲ୍ଲାରୁ ୨ଜଣ, ଯାଜପୁର ଜିଲ୍ଲାରୁ ୪ଜଣ, କଳାହାଣ୍ଡି ଜିଲ୍ଲାରୁ ୪ଜଣ, କନ୍ଧମାଳ ଜିଲ୍ଲାରୁ ୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୯ଜଣ, କୋରାପୁଟ ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୭ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ୨ଜଣ, ନୂଆପଡ଼ା ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୧୪ଜଣ, ସମ୍ବଲପୁର ଜିଲ୍ଲାରୁ ୯ଜଣ, ସୋନପୁର ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬ଜଣ, ଷ୍ଟେଟ ପୁଲ୍ରୁ ୪ଜଣ ରହିଛନ୍ତି ।












Click it and Unblock the Notifications