• search
For Quick Alerts
Turn On Notification  
For Daily Alerts

ଆଜି ୭୪୫ ଜଣ କରୋନା ପଜିଟିଭ, ୬ ମୃତ୍ୟୁ

|

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭୪୫ ପଜିଟିଭ । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୧୯ ଜଣ ପିଲା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ମାତ୍ର ୬ ଜଣଙ୍କ ଜୀବନ ନେଇଛି କିଲିର ଭାଇରସ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୩୫ ଜଣ ଥିବା ବେଳେ, ଲୋକାଲ କେସ ରହିଛି ୩୧୦ । ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି।

Odisha Corona Update

ଏହାବାଦ ଅନୁଗୁଳରୁ ୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୨, ବରଗଡ଼ରୁ ୧୧, ଭଦ୍ରକରୁ ୯, କଟକରୁ ୧୨୦, ଦେବଗଡ଼ରୁ ୬, ଢେଙ୍କାନାଳରୁ ୯, ଗଂଜାମରୁ ୩, ଜଗତସିଂହପୁରରୁ ୧୮, ଯାଜପୁରରୁ ୨୭, କନ୍ଧମାଳ-୩, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୫ ଚିହ୍ନଟ ହୋଇଛନ୍ତି।

ସେହିପରି କୋରାପୁଟରୁ ୧, ମାଲକାନଗିରିରୁ ୧, ମୟୂରଭଂଜରୁ ୩୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୨, ପୁରୀରୁ ୧୭, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୦, ସୁବର୍ଣ୍ଣପୁରରୁ ୧, ସୁନ୍ଦରଗଡ଼ରୁ ୨୪ ଓ ଷ୍ଟେଟ୍‌ପୁଲ୍‌ରୁ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୮୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯୯୯୮୫୯ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍‌ ହେଉଛି ୭୦୮୭ ।

ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ, କଟକ, ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ପୁରୀରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୮୪କୁ ବୃଦ୍ଧି ପାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: Covid-19 Report For 9th September
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X