୨୪ ଘଣ୍ଟାରେ ଆଉ ୬୫୨ କୋଭିଡ୍ ପଜିଟିଭ୍ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬୫୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବୟସ ବର୍ଗରେ ରହିଛି ୯୨ଟି ମାମଲା ।

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬୫୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବୟସ ବର୍ଗରେ ରହିଛି ୯୨ଟି ମାମଲା । ୩୮୦ଟି ମାମଲା କ୍ୱାରେଣ୍ଟାଇନରୁ ଥିବାବେଳେ ୨୭୨ଟି ମାମଲା ରହିଛି ସ୍ଥାନୀୟ ସଂକ୍ରମଣ ।

odisha corona

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧, ବାଲେଶ୍ୱରରୁ ୧୯, ବରଗଡ଼ରୁ ୩, ଭଦ୍ରକରୁ ୭, ବଲାଙ୍ଗିରରୁ ୩, କଟକରୁ ୭୦, ଦେବଗଡ଼ ୧ରୁ, ଢେଙ୍କାନାଳରୁ ୧, ଗଜପତିରୁ ୬, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୫, ଯାଜପୁରରୁ ୧୦, ଝାରସୁଗୁଡ଼ାରୁ ୧, କେନ୍ଦ୍ରାପଡ଼ାରୁ ୨୬, କୋରାପୁଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୨୯, ନୟାଗଡ଼ରୁ ୬, ନୂଆପଡ଼ାରୁ ୧, ପୁରୀରୁ ୧୪, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୦, ସୋନପୁରରୁ ୧, ସୁନ୍ଦରଗଡ଼ୁ ୧୫ ଓ ଷ୍ଟେଟପୁଲରୁ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୧୬୯୬ରେ ପହଞ୍ଚିଛି । ରାଜ୍ୟରେ ୧୦ ଲକ୍ଷ ୧୮ ହଜାର ୩୧୧ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ୫୦୮୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ସେହିପରି ଗତ ୨୪ ଘଣ୍ଟାରେ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା ବେଳେ ଅନୁଗୁଳ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୪୯କୁ ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+