ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ, ଆଜି ୨୮୦୬ କରୋନା ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରେ ସାମାନ୍ୟ ବୃଦ୍ଧି ପାଇଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୦୬ ପଜିଟିଭ୍ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୧୬୧୩ଟି ମାମଲା ଆସିଥିବା ବେଳେ ୧୧୯୩ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା ।

ଭୁବନେଶ୍ୱର: ଆଜି ରାଜ୍ୟରେ ସାମାନ୍ୟ ବୃଦ୍ଧି ପାଇଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୦୬ ପଜିଟିଭ୍ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୧୬୧୩ଟି ମାମଲା ଆସିଥିବା ବେଳେ ୧୧୯୩ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । ଖୋର୍ଦ୍ଧାରୁ ସର୍ବାଧିକ ୫୯୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୧ଟି ପଜିଟିଭ୍ କେସ୍ ଆସିଛି ।

Odisha Corona Update

ଅନୁଗୁଳରୁ ୧୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୩, ବରଗଡ଼ରୁ ୩୩, ଭଦ୍ରକରୁ ୮୩, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୯, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୨୪, ଗଜପତିରୁ ୬, ଗଞ୍ଜାମରୁ ୧୯, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୫୨, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୫୭, କେନ୍ଦୁଝରରୁ ୭୨, କୋରାପୁଟରୁ ୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମାଲକାନଗିରିରୁ ୩୫, ମୟୂରଭଞ୍ଜରୁ ୧୦୯, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୮୬, ନୂଆପଡ଼ାରୁ ୭, ପୁରୀରୁ ୧୩୮, ରାୟଗଡ଼ାରୁ ୩୦, ସମ୍ବଲପୁରରୁ ୨୬, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୬୫ ଓ ଷ୍ଟେଟପୁଲରୁ ୧୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାର ୧୩୬କୁ ବୃଦ୍ଧି ପାଇଛି । ୨୭ ହଜାର ୪୨୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୯ ଲକ୍ଷ ୩ ହଜାର ୧୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନୂଆ ୬୧ଟି ମୃତ୍ୟୁ ମାମଲାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୪୭୬କୁ ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+