ରାଜ୍ୟରେ ଆଉ ୧୦୨ରୁ ପିଲା କରୋନା ପଜିଟିଭ୍
ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୦୨ ଜଣ ଅଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୦୨ ଜଣ ଅଛନ୍ତି। ସେହିପରି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୧୯ଟି ହେଉଛି ଲୋକାଲ୍ କେସ୍ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୯, ଅନୁଗୋଳରୁ ୨୦, ବାଲେଶ୍ୱରରୁ ୧୭, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗିରରୁ ୨, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୯, ଗଜପତିରୁ ଜଣେ, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୨୧, କେନ୍ଦୁଝରରୁ ୭, କୋରାପୁଟରୁ ୬, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩, ନୂଆପଡ଼ାରୁ ୩, ପୁରୀରୁ ୧୬, ରାୟଗଡ଼ାରୁ ୬, ସମ୍ବଲପୁରରୁ ୭, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୨୬ ଓ ଷ୍ଟେଟ୍ ପୁଲ୍ରୁ ୭୪ ଜଣ ଚିହ୍ନଟ ହୋଇଛନ୍ତି। ବୌଦ୍ଧ ଜିଲ୍ଲାରୁ ଜଣେ ବି ପଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୮ ଜଣଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୭୦କୁ ବୃଦ୍ଧି ପାଇଛି। ଏହି ୮ ଜଣଙ୍କ ମଧ୍ୟରେ ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ ଥିବା ବେଳେ ଅନୁଗୋଳ, ବାଲେଶ୍ୱର, କେନ୍ଦୁଝର ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।












Click it and Unblock the Notifications