ସାମାନ୍ୟ କମିଲା ଦୈନିକ ସଂକ୍ରମଣ: ଆଜି ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଜି କରୋନା ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି। ଗତକାଲି ପଜିଟିଭ୍ଙ୍କ ସଂଖ୍ୟା ୮ ଶହ ପାର୍ କରିଥିବା ବେଳେ ଆଜି ଏହା କମିଛି ।
ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି। ଗତକାଲି ପଜିଟିଭ୍ଙ୍କ ସଂଖ୍ୟା ୮ ଶହ ପାର୍ କରିଥିବା ବେଳେ ଆଜି ଏହା କମିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୭୩୦ ପଜିଟିଭ୍। ସଙ୍ଗରୋଧରୁ ୪୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୦୩ ଆକ୍ରାନ୍ତ ଚିହ୍ନଟ । ୧୮ବର୍ଷରୁ କମ୍ ବର୍ଗର ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪, ବାଲେଶ୍ୱର ୮, ବରଗଡ ୩୭, ଭଦ୍ରକ ୩, ବଲାଙ୍ଗୀର ୧୭, ବୌଦ୍ଧ ୩, କଟକ ୧୮, ଦେବଗଡ ୬, ଗଜପତି ୬, ଗଞ୍ଜାମ ୯, ଜଗତସିଂହପୁର ୪, ଯାଜପୁର ୧୫, ଝାରସୁଗୁଡା ୧୨, କଳାହାଣ୍ଡି ୩୪, କନ୍ଧମାଳ ୧୬, କେନ୍ଦ୍ରାପଡା ୫, କେନ୍ଦୁଝର ୮, ଖୋର୍ଦ୍ଧା ୯୬, କୋରାପୁଟ ୯, ମୟୂରଭଞ୍ଜ ୫୯, ନବରଙ୍ଗପୁର ୨୫, ନୟାଗଡ ୧୩, ନୂଆପଡା ୧୫, ପୁରୀ ୩, ରାୟଗଡା ୨୮, ସମ୍ବଲପୁର ୮୮, ସୋନପୁର ୧୨, ସୁନ୍ଦରଗଡ ୧୫୭, ଷ୍ଟେଟ ପୋଲରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩,୧୮, ୮୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୮୫୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩,୦୩, ୮୨୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୭୮୬୪୩୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।












Click it and Unblock the Notifications