ରାଜ୍ୟରେ ୨୪ ଘଣ୍ଟାରେ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ
ରାଜ୍ୟରେ ୨୪ ଘଣ୍ଟାରେ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ତଳ ମୁହାଁ ହେବାରେ ଲାଗିଛି ରାଜ୍ୟରେ କୋଭିଡ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୦୪ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

Covid-19 Report For 4th Nov
New Positive Cases: 23
Of which 0-18 years: 4
In quarantine: 14
Local contacts: 9(Details of local contacts will be shared by concerned Dist)
1. Bargarh: 1
— I & PR Department, Odisha (@IPR_Odisha) November 5, 2022
2. Kendrapada: 1
3. Khurda: 2
4. Nuapada: 1
5. Sambalpur: 1
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୬ ଜଣ ପଜିଟିଭ୍ ଚିହ୍ନଟ୍ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ, ନୂଆପଡ଼ା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ଜଣେ, ଷ୍ଟେଟ ପୁଲ୍ରୁ ଜଣେ ଚିହ୍ନଟ୍ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୬୨୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୯୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୨୬୮୦୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୩୮୭୫୨୫୫ ସାମ୍ପୁଲ ଟେଷ୍ଟ୍ ହୋଇସାରିଛି ।












Click it and Unblock the Notifications