ରାଜ୍ୟରେ କମୁଛି କରୋନା ସଂକ୍ରମଣ ,୨୪ ଘଣ୍ଟାରେ ୮୭୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ହଜାର ତଳକୁ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣ ୫୦୯ ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୩୬୧ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଗତକାଲି ଗତକାଲି ୯୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଏହି ସଂଖ୍ୟା ହ୍ରାସ ପାଇଛି । ସେହିଭଳି ୧୫୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ସୂଚନା ରହିଛି ।

CORONA

ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୦ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୪୦ ଜଣ , ବାଲେଶ୍ବର ଜିଲ୍ଲାରୁ ୧୦ ଜଣ, ବରଗଡ଼ରୁ ୩୬ ଜଣ, ଭଦ୍ରକରୁ ୮ ଜଣ, ବଲାଙ୍ଗୀରରୁ ୪୫ ଜଣ, ବୌଦ୍ଧରୁ ୬ ଜଣ,କଟକରୁ ୨୦ ଜଣ,କଳାହାଣ୍ଡିରୁ ୬୩ ଜଣ, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୬ ଜଣ, କେନ୍ଦୁଝରରୁ ୫, କୋରାପୁଟରୁ ୬ ଜଣ,ମୟୂରଭଞ୍ଜରୁ ୫୯ ଜଣ, ନବରଙ୍ଗପୁରରୁ ୧୨ ଜଣ ,ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୨ ଜଣ , ଗଜପତିରୁ ୬ଜଣ, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୫ ଜଣ, ଯାଜପୁରରୁ ୧୬ ଜଣ, ଝାରସୁଗୁଡ଼ାରୁ ୨୩ ଜଣ, , ନୟାଗଡ଼ ଜିଲ୍ଲାରୁ ୨୧ ଜଣ, ନୂଆପଡ଼ାରୁ ୧୨, ପୁରୀରୁ ୨ଜଣ, ରାୟଗଡ଼ାରୁ ୧୪ ଜଣ, ସମ୍ବଲପୁରରୁ ୭୨, ସୋନପୁରରୁ ୧୭ ଜଣ ଓ ଷ୍ଟେଟପୁଲରୁ ୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଏବେ ୬୩୨୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩,୦୦, ୯୫୧ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୧୩, ୧୬, ୪୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+