ରାଜ୍ୟରେ ଆଉ ୧୬୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଉ ୧୬୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୯୩୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଆଉ ୧୬୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୯୩୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଆଉ ୬୫ ଜଣଙ୍କ ସମ୍ପର୍କରେ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୬୮କୁ ବୃଦ୍ଧି ପାଇଛି।

Odisha Corona Update

ନୂଆ ମାମଲା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୭୨, ବାଲେଶ୍ୱରରୁ ୯୮, ବରଗଡ଼ରୁ ୫, ଭଦ୍ରକରୁ ୬୦, ବଲାଙ୍ଗୀର ୭, ବୌଦ୍ଧ ୧୧, କଟକ ୨୨୯, ଦେବଗଡ଼ ୯, ଢେଙ୍କାନାଳ ୩୦, ଗଜପତି ୨, ଜଗତସିଂହପୁର ୯୬, ଯାଜପୁର ୭୦, ଝାରସୁଗୁଡ଼ା ୧୦, କଳାହାଣ୍ଡି ୨, ମୟୂରଭଞ୍ଜ ୪୮, ନବରଙ୍ଗପୁର ୧୨, ନୟାଗଡ଼ ୪୨, ନୂଆପଡ଼ା ୫, ପୁରୀ ୧୨୩, ରାୟଗଡ଼ା ୯, ସମ୍ୱଲପୁର ୧୬, ସୋନପୁର ୯, ସୁନ୍ଦରଗଡ଼ରୁ ୩୦ ଓ ଷ୍ଟେଟ୍ ପୁଲରୁ ୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୧୬୧୫ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୪ ହଜାର ୧୩୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫୧ ହଜାର ୪୯ ଜଣ ସୁସ୍ଥ ହୋଇସାରିଲେଣି ଓ ୧୭ ହଜାର ୨୬୨ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ଯେଉଁ ୬୫ ମୃତକଙ୍କ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଥିବା ବେଳେ ବରଗଡ଼ରୁ ୭, ସୁନ୍ଦରଗଡ଼ରୁ ୬, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ, ଅନୁଗୋଳ, ବଲାଙ୍ଗିର, କଟକ, ଗଞ୍ଜାମ, ଯାଜପୁର ଓ ପୁରୀରୁ ୩ ଜଣ ଲେଖାଏଁ, ଭଦ୍ରକ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ, ବାଲେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+