Odisha Corona: ୨୪ ଘଣ୍ଟାରେ ୫୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଗତକାଲି ସଂଖ୍ୟା ୪୪୪ ଥିବା ବେଳେ ଆଜି ପାଞ୍ଚଶହ ଉପରେ ରହିଛି । OneIndia Odia |

ଭୁବନେଶ୍ୱର: ଆଜି ସାମାନ୍ୟ ବଢିଲା ଦୈନିକ ସଂକ୍ରମଣ । ଗତକାଲି ସଂଖ୍ୟା ୪୪୪ ଥିବା ବେଳେ ଆଜି ପାଞ୍ଚଶହ ଉପରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୪ ଜଣ ପିଲା ରହିଛନ୍ତି । ଯେଉଁମାନେ କି ଶୂନରୁ ୧୮ ବର୍ଷ ବୟସ ବର୍ଗରେ ରହିଛନ୍ତି । ସେହିପରି ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୧୯ ଜଣ କ୍ୱାରେଣ୍ଟାଇନ୍‌ ଓ ବାକି ୨୨୬ ସ୍ଥାନୀୟ ସଂକ୍ରମଣ ରହିଛି ।

Odisha Corona

ତେବେ ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହପରି ଅନୁଗୋଳରୁ ୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪୭, ବରଗଡ଼ରୁ ଜଣେ, ଭଦ୍ରକରୁ ୧୦, ବଲାଙ୍ଗିରରୁ ୨, କଟକରୁ ୭୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୨, ଗଜପତିରୁ ଜଣେ, ଗଞ୍ଜାମରୁ୧୧, ଜଗତସିଂହପୁରରୁ ୩୭, ଯାଜପୁର୨୦, ଝାରସୁଗୁଡ଼ା ୮, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୩, କୋରାପୁଟରୁ ୨ ଓ ମୟୂରଭଞ୍ଜରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ନବରଙ୍ଗପୁରରୁ ୩, ପୁରୀରୁ ୬, ରାୟଗଡ଼ାରୁ ୩, ସମ୍ବଲପୁରରୁ ୩, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୧ ଓ ଷ୍ଟେଟପୁଲରୁ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୫,୩୦୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦,୧୧,୪୮୨ ସୁସ୍ଥ ହୋଇ ସାରିଥିବା ବେଳେ ୫,୫୮୭ ଜଣ ଚିକିତ୍ସାଧୀନ ଅଛନ୍ତି।

ସେହିପରି ରାଜ୍ୟରେ ପୁଣି କରୋନାରେ ପ୍ରାଣ ହରାଇଛନ୍ତି ୭ ଜଣ । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୮୭କୁ ବୃଦ୍ଧି ପାଇଛି। ଏହି ୭ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା, କଟକ, ଗଞ୍ଜାମ, ଯାଜପୁର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଥିବା ବେଳେ ଜଗତସିଂହପୁରରୁ ୨ ଜଣ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+