Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ, ଆଜି ୫,୦୫୭ ପଜିଟିଭ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫,୦୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫,୦୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ୨୯୩୨ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨,୪୮୨ଟି ହେଉଛି ଲୋକାଲ୍ କେସ୍‌। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୬୭ଜଣ ଅଛନ୍ତି।

odisha corona cases

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରହିଛି । ଜିଲ୍ଲାରେ ୨୪ ଘଂଟାରେ ଆଉ ୧ ହଜାର ୧୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୯୫, ସୁନ୍ଦରଗଡ଼ରୁ ୪୨୯, ନୟାଗଡ଼ରୁ ୨୧୭ ପଜିଟିଭ୍ ଆସିଛି । ବାଲେଶ୍ୱରରୁ ୨୦୨, ନୂଆପଡ଼ାରୁ ୧୯୦, ସମ୍ବଲପୁରରୁ ୧୭୯, କଳାହାଣ୍ଡିରୁ ୧୪୦ ଜଣ ସଂକ୍ରମିତ ହୋଇଛନ୍ତି ।

ସେହିପରି ବରଗଡ଼ରୁ ୮୫, ଭଦ୍ରକରୁ ୯୧, ବଲାଙ୍ଗିରରୁ ୧୩୩, ବୌଦ୍ଧରୁ ୪୪, ଦେବଗଡ଼ରୁ ୫୧, ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଗଞ୍ଜାମରୁ ୬୦, ଜଗତସିଂହପୁରରୁ ୧୨୫, ଯାଜପୁରରୁ ୧୨୮, ଝାରସୁଗୁଡ଼ାରୁ ୫୦ ଓ କଳାହାଣ୍ଡିରୁ ୧୪୦ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି କନ୍ଧମାଳ ଜିଲ୍ଲାରୁ ୮୪, କେନ୍ଦ୍ରାପଡ଼ାରୁ ୩୪, କେନ୍ଦୁଝରରୁ ୪୯, କୋରାପୁଟରୁ ୭୬, ମାଲକାନଗିରିରୁ ୫୮, ମୟୂରଭଞ୍ଜରୁ ୧୩୫, ନବରଙ୍ଗପୁରରୁ ୧୩୬, ନୟାଗଡ଼ରୁ ୨୧୭, ନୂଆପଡ଼ାରୁ ୧୯୦, ପୁରୀରୁ ୯୪, ରାୟଗଡ଼ାରୁ ୮୫, ସମ୍ବଲପୁରରୁ ୧୭୯ ଓ ସୋନପୁରରୁ ୧୦୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୨ହଜାର ୨୨୬ ପହଞ୍ଚିଥିବା ବେଳେ ୧୧ ଲକ୍ଷ ୬୩, ୩୯୬ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୬୪ହଜାର ୨୧୭ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୫୬୦କୁ ବୃଦ୍ଧି ପାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+