Odisha Corona: ରାଜ୍ୟରେ ଆଉ ୪୪୪ ଜଣ ସଂକ୍ରମିତ, ୫ ମୃତ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାମଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର କେବଳ ୫୯ ଆକ୍ରାନ୍ତ ରହିଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହୋଇଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାମଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର କେବଳ ୫୯ ଆକ୍ରାନ୍ତ ରହିଛନ୍ତି । ସେହିପରି କ୍ୱାରେଣ୍ଟାଇନ୍ରୁ ୨୫୨ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୧୭୬ ।

ତେବେ ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୧୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୮, ବାଲେଶ୍ୱରରୁ୧୬, ବରଗଡ଼ରୁ ଜଣେ, ଭଦ୍ରକରୁ୪, ବଲାଙ୍ଗିରରୁ ୩, କଟକରୁ ୭୩, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୩, ଗଞ୍ଜାମରୁ ୬, ଜଗତସିଂହପୁର ୧୩, ଯାଜପୁର ୨୨,ଝାରସୁଗୁଡ଼ା ୩, କେନ୍ଦ୍ରାପଡ଼ା ୫,କେନ୍ଦୁଝର ୩, ମୟୂରଭଞ୍ଜ ୩୭, ନୟାଗଡ଼ ୮, ନୂଆପଡ଼ା ଜଣେ, ପୁରୀ ୭,ରାୟଗଡ଼ା, ୯, ସମ୍ବଲପୁର ୭, ସୋନପୁରରୁ ୨,ସୁନ୍ଦରଗଡ଼ ୫ ଓ ଷ୍ଟେଟପୁଲରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୪ ,୭୬୪ ବୃଦ୍ଧି ପାଇଛି। ସେଥିମଧ୍ୟରୁ୧୦,୧୦୮ ,୨୯ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍ ହେଉଛି ୫୭୦୨।
ଅନ୍ୟପଟେ ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୫ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୩ ଜଣ ହୋଇଥିବା ବେଳେ ନବରଙ୍ଗପୁରରୁ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୧୮୦କୁ ବୃଦ୍ଧି ପାଇଛି।












Click it and Unblock the Notifications