Get Updates
Get notified of breaking news, exclusive insights, and must-see stories!

ଆଜି ରାଜ୍ୟରେ ଆଉ ୧୩୦ ପିଲା କରୋନା ପଜିଟିଭ

ତୃତୀୟ ଲହର ପୂର୍ବରୁ ପିଲାଙ୍କ ସଂକ୍ରମଣ ଚିନ୍ତାର କାରଣ ସାଜିଛି । ଆଜି ରାଜ୍ୟରେ ପୁଣି ୧୩୦ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୪୯ କରୋନାର ନୂଆ ମାମଲା ସାମ୍ନାକୁ ଆସିଛି।

ଭୁବନେଶ୍ୱର: ତୃତୀୟ ଲହର ପୂର୍ବରୁ ପିଲାଙ୍କ ସଂକ୍ରମଣ ଚିନ୍ତାର କାରଣ ସାଜିଛି । ଆଜି ରାଜ୍ୟରେ ପୁଣି ୧୩୦ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୪୯ କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ କ୍ୱାରେଣ୍ଟାଇନ୍‌ରୁ ୪୯୨ ଏବଂ ଲୋକାଲ କେସ୍ ୩୫୭ଟି ରହିଛି।

Odisha Corona Update

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୧୩ ଜଣ ଥିବା ବେଳେ କଟକରୁ ୧୧୫, ଷ୍ଟେଟ୍ ପୁଲରୁ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ବରରୁ ୪୮ ଜଣ ଥିବା ବେଳେ, ଜଗତସିଂହପୁରରୁ ୪୨, ଯାଜପୁରରୁ ୪୨, ମୟୂରଭଞ୍ଜରୁ ୨୬, କେନ୍ଦ୍ରାପଡ଼ାରୁ ୨୪, ପୁରୀରୁ ୨୨, ସମ୍ବଲପୁରରୁ ୨୦, ଅନୁଗୁଳରୁ ୧୯, ନୟାଗଡ଼ରୁ ୧୯, ସୁନ୍ଦରଗଡ଼ ଓ ବରଗଡ଼ରୁ ୧୫ ଜଣ ଲେଖାଏଁ, ଢେଙ୍କାନାଳରୁ ୧୪, ଭଦ୍ରକରୁ ୯, ଦେବଗଡ଼ରୁ ୯, କେନ୍ଦୁଝରରୁ ୮, ଗଞ୍ଜାମରୁ ୬, କୋରାପୁଟରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ ୩, ରାୟଗଡ଼ାରୁ ୨, ଝାରସୁଗୁଡ଼ା, ବୌଦ୍ଧ, ନୂଆପଡ଼ା, କନ୍ଧମାଳ ଓ ଗଜପତି ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଆଉ ୭୨୧ ଜଣ ସୁସ୍ଥ ହୋଇଥିବା ବେଳେ, ମୋଟ ଆରୋଗ୍ୟ ହେଲେଣି ୯ ଲକ୍ଷ ୮୮ ହଜାରରୁ ଅଧିକ । ଆକ୍ଟିଭ୍ କେସ୍ ରହିଛି ୮ ହଜାର ୨୮୮ ।

ସେହିପରି ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ୧୫, ସମ୍ବଲପୁରରୁ୧୧, ଜଗତସିଂହପୁର ଓ ବରଗଡରୁ ୮ ଜଣ ଲେଖାଏଁ, ଯାଜପୁରରୁ ୪, ବୌଦ୍ଧ ଜିଲ୍ଲାରୁ ୩, ବଲାଙ୍ଗିର, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କଳାହାଣ୍ଡି, ସୁନ୍ଦରଗଡ଼ରୁ ୨ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୬୨୮କୁ ବୃଦ୍ଧି ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+