ଆଜି ୫୦ ତଳେ ଦୈନିକ କରୋନା ସଂକ୍ରମଣ ଗ୍ରାଫ
ଆଜି ୫୦ ତଳେ ଦୈନିକ କରୋନା ସଂକ୍ରମଣ ଗ୍ରାଫ । ଗତକାଲି ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେ
ଭୁବନେଶ୍ବର: ଆଜି ୫୦ ତଳେ ଦୈନିକ କରୋନା ସଂକ୍ରମଣ ଗ୍ରାଫ । ଗତକାଲି ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୧୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୦୩ ଜଣ ସଂକ୍ରମିତ ରହିଛନ୍ତି ।

ଆଜି ରାଜ୍ୟର ୧୩ଟି ଜିଲ୍ଲାରୁ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୫ ଜଣ, ଗଞ୍ଜାମରୁ ୪ ଜଣ, ବରଗଡ଼, ବଲାଙ୍ଗୀର, କଟକ, କଳାହାଣ୍ଡି, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଁଏ, ବୌଦ୍ଧ, ଦେବଗଡ଼, ମୟୂରଭଞ୍ଜ ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ରୁ ୨ ଜଣ ଆକ୍ରାନ୍ତ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୩୫, ୮୯୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩, ୨୬, ୨୧୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪୨୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।












Click it and Unblock the Notifications