ରାଜ୍ୟର କରୋନା ଗ୍ରାଫ୍ ତଳ ମୁହାଁ, ଗତ ୨୪ ଘଣ୍ଟାରେ ୫୭ କରୋନା ପଜିଟିଭ୍ ଚିହ୍ନଟ
ରାଜ୍ୟର କରୋନା ଗ୍ରାଫ୍ ତଳ ମୁହାଁ, ଗତ ୨୪ ଘଣ୍ଟାରେ ୫୭ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟର କରୋନା ଗ୍ରାଫ୍ ତଳ ମୁହାଁ । ଆଜି ମଧ୍ୟ ଦୈନିକ କରୋନା ସଂକ୍ରମଣ ଶହେ ତଳେ ରହିଛି । ଗତ ୨୪ ଘଣ୍ଟାରେ ୫୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସ୍ଥାନୀୟ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ ମଧ୍ୟରେ ୭ ଜଣ ସଂକ୍ରମିତ ରହିଛନ୍ତି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ ଜଣ କରୋନା ପଜିଟିଭ୍ ଚିହ୍ନ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୪ ଜଣ, ବରଗଡ଼ରୁ ୧ ଜଣ, ବଲାଙ୍ଗୀରରୁ ୨, କଟକରୁ ୩ ଜଣ, ଦେବଗଡ଼ରୁ ଜଣେ, ଜଗତସିଂହପୁରରୁ ୨, ଯାଜପୁରରୁ ଜଣେ, କଳାହାଣ୍ଡିରୁ ଜଣେ, ମୟୂରଭଞ୍ଜରୁ ୨, ନବରଙ୍ଗପୁରରୁ ୧, ନୟାଗଡ଼ ଜିଲ୍ଲାରୁ ଜଣେ, ନୂଆପଡ଼ାରୁ ୧, ପୁରୀରୁ ୫ ଜଣ, ରାୟଗଡ଼ାରୁ ୧, ସମ୍ବଲପୁରରୁ ୭ ଜଣ, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟପୁଲରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୩୫, ୬୧୮ ଜଣ ପଜିଟିଭ ଚିହ୍ନଟ ହୋଥିବା ବେଳେ ୧୩, ୨୬, ୧୭୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ମଧ୍ୟ ରାଜ୍ୟ ୪୩୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।












Click it and Unblock the Notifications