ରାଜ୍ୟରେ ୧୦ ଲକ୍ଷ ମୁହାଁ କୋଭିଡ ପଜିଟିଭ୍ କେସ, ଆଜି ନୂଆ ୧୯୧୭ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲାବେଳେ ବାକି ୮୦୮ଟି ଲୋକାଲ୍ କେସ୍ ରହିଛି । ତେବେ ଆଜିର ନୂଆ କେସକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲାବେଳେ ବାକି ୮୦୮ଟି ଲୋକାଲ୍ କେସ୍ ରହିଛି । ତେବେ ଆଜିର ନୂଆ କେସକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୩୯ ହଜାର ୧୬୦ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୧୯ ହଜାର ୨୬୧ ଜଣ ଚିକିତ୍ସାଧୀନ ରହିଛନ୍ତି।

ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୭୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୧୦୦୩ ଜଣ ଅଛନ୍ତି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୮ ଜଣ ଥିବା ବେଳେ କଟକରୁ ୨୫୬, ପୁରୀରୁ ୧୧୮, ଜଗତସିଂହପୁରରୁ ୯୨, ଅନୁଗୋଳରୁ ୯୧ ଓ ଷ୍ଟେଟ୍ ପୁଲ୍ରୁ ୧୦୯ ଜଣ ଅଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୯, ଭଦ୍ରକରୁ ୫୫, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୭, ଦେବଗଡ଼ରୁ ୧, ଢେଙ୍କାନାଳରୁ ୩୭, ଗଜପତିରୁ ୧୬, ଗଞ୍ଜାମରୁ ୭, ଯାଜପୁରରୁ ୮୭, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୬, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୩୩, କୋରାପୁଟରୁ ୧୦, ମାଲକାନଗିରିରୁ ୧୨, ମୟୂରଭଞ୍ଜରୁ ୬୯, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୭୬, ନୂଆପଡ଼ାରୁ ୫, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୧୫, ସୋନପୁରରୁ ୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୦ ଜଣ ଚିହ୍ନଟ ହୋଇଛନ୍ତି।
Covid-19 Report For 22nd July
New Positive Cases: 1917
In Quarantine: 1109
Local Contacts: 808(Details of local contacts will be shared by concerned Dist Administration)
District Wise Cases:
1. Angul: 91
— I & PR Department, Odisha (@IPR_Odisha) July 23, 2021
2. Balasore: 84
3. Bargarh: 19
4. Bhadrak: 55
5. Balangir: 10
ଅନ୍ୟପକ୍ଷରେ ୬୯ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬ ଜଣ ଅଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୧୦ ଜଣ ଥିବା ବେଳେ ସମ୍ବଲପୁରରୁ ୭, କେନ୍ଦ୍ରାପଡ଼ାରୁ ୬, ବରଗଡ଼ରୁ ୫, ସୁନ୍ଦରଗଡ଼ରୁ ୪, ବଲାଙ୍ଗିର, ଝାରସୁଗୁଡ଼ା, ରାୟଗଡ଼ା ଓ କନ୍ଧମାଳରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳ, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।












Click it and Unblock the Notifications