ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ୮୫୨୦ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ୨୪ ଘଣ୍ଟାରେ ୮ ହଜାର ୫୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୯୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ହଜାର ୫୭୯ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି
ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୮ ହଜାର ୫୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୯୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ହଜାର ୫୭୯ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ୦ ରୁ ୧୮ ବର୍ଷ ମଧ୍ୟରେ ୯୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୨୬୨, ସୁନ୍ଦରଗଡରୁ ୯୩୨, କଟକରୁ ୭୮୯, କଳାହାଣ୍ଡିରୁ ୨୨୬, ନୟାଗଡରୁ ୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୪୨, ବାଲେଶ୍ୱରରୁ ୩୪୬, ବରଗଡ଼ରୁ ୧୪୧, ଭଦ୍ରକରୁ ୧୧୨, ବଲାଙ୍ଗୀରରୁ ୨୧୭, ବୌଦ୍ଧରୁ ୮୬, କଟକରୁ ୭୮୯, ଦେଓଗଡ଼ରୁ ୭୫, ଢେଙ୍କାନାଳରୁ ୯୦, ଗଜପତିରୁ ୯୮, ଗଞ୍ଜାମରୁ ୮୮, ଜଗତସିଂହପୁରରୁ ୧୬୫, ଯାଜପୁରରୁ ୨୫୩, ଝାରସୁଗୁଡ଼ାରୁ ୧୧୮, କଳାହାଣ୍ଡିରୁ ୨୨୬, କନ୍ଧମାଳରୁ ୧୦୦, କେନ୍ଦ୍ରାପଡ଼ାରୁ ୧୩୪, କେନ୍ଦୁଝରରୁ ୧୨୬, କୋରାପୁଟରୁ ୧୫୭, ମାଲକାନଗିରିରୁ ୫୮, ମୟୁରଭଞ୍ଜରୁ ୧୮୦, ନବରଙ୍ଗପୁରରୁ ୧୯୨, ନୟାଗଡ଼ରୁ ୨୧୬, ନୂଆପଡ଼ାରୁ ୧୯୯, ପୁରୀରୁ ୧୪୯, ରାୟଗଡ଼ାରୁ ୧୮୭, ସମ୍ବଲପୁରରୁ ୧୨୭, ସୋନପୁରରୁ ୮୯, ସୁନ୍ଦରଗଡ଼ରୁ୯୩୨ ଓ ଷ୍ଟେଟ ପୁଲରୁ ୪୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍ ମାମଲା ୮୫ ହଜାର ୩୨୦ ରହିଛି । ରାଜ୍ୟରେ ମୋଟ୍ ସଂକ୍ରମଣ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦ କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୧୧ ଲକ୍ଷ ୧୦ ହଜାର ୭୬୭ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ରାଜ୍ୟରେ ମୋଟି ଆକ୍ଟିଭ୍ ମାମଲା ସଂଖ୍ୟା ୮୫ ହଜାର ୩୨୦ ରହିଛି ।












Click it and Unblock the Notifications