ରାଜ୍ୟରେ ଆଉ ୧୩୮ ପିଲା କରୋନା ପଜିଟିଭ୍ ଚିହ୍ନଟ
ରାଜ୍ୟରେ ପୁଣି ୧୩୮ ପିଲାଙ୍କୁ କରୋନା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ଟି କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରେ ଶୂନ୍ରୁ ୧୮ ବର୍ଷ ମଧ୍ୟରେ ୧୩୮ ଜଣ ଛୁଆ ଅଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ପୁଣି ୧୩୮ ପିଲାଙ୍କୁ କରୋନା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ଟି କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରେ ଶୂନ୍ରୁ ୧୮ ବର୍ଷ ମଧ୍ୟରେ ୧୩୮ ଜଣ ଛୁଆ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ ସେଣ୍ଟରରୁ ୫୮୭ ଏବଂ ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରେ ୪୧୫ ଜଣ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୭ ହଜାର ୧୪୬ରେ ପହଁଚିଛି।

୨୯ଟି ଜିଲ୍ଲାରେ ଶହେ ତଳେ ରହିଛି ସଂକ୍ରମଣ । ଖୋର୍ଦ୍ଧାରୁ ସର୍ବାଧିକ ୪୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ୧୮, ବାଲେଶ୍ୱରରୁ ୩୦, ବରଗଡ଼ରୁ ୧୦, ଭଦ୍ରକରୁ ୧୨, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୧, କଟକରୁ ୯୫, ଦେବଗଡ଼ରୁ ୪, ଢେଙ୍କାନାଳରୁ ୩୨, ଗଜପତିରୁ ୧, ଗଂଜାମରୁ ୫, ଜଗତସିଂହପୁରରୁ ୫୧, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୦, କୋରାପୁଟରୁ ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୪୨, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୧, ପୁରୀରୁ ୨୫, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୧, ସୁବର୍ଣ୍ଣପୁରରୁ ୫, ସୁନ୍ଦରଗଡ଼ରୁ ୮, ଷ୍ଟେଟପୁଲରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଗତ ୨୪ ଘଣ୍ଟରେ ଆଉ ୬୫ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ କଟକରୁ ୧୫, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡ଼ାରୁ ୯, ଢେଙ୍କାନାଳରୁ ୭, ଅନୁଗୁଳ ଓ ବାଲେଶ୍ୱରରୁ ୫ ଲେଖାଏଁ, ଭଦ୍ରକ, ମୟୂରଭଞ୍ଜରୁ ୩ ଲେଖାଏଁ, ପୁରୀରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।
ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ବର୍ତ୍ତମାନ ଯାଏ କରୋନାରୁ ୯ଲକ୍ଷ ୮୦ ହଜାର ୪୭୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ମୋଟ ସକ୍ରିୟ ମାମଲା ୯ଜହାର ୫୩୬ ରହିଛି।












Click it and Unblock the Notifications