ଗତ ୨୪ ଘଣ୍ଟାରେ ୨୦୭୦ କରୋନା ଆକ୍ରାନ୍ତ ଚିହ୍ନଟ, ୬୪ ମୃତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୯୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ ବାକି ୮୭୫ଟି ହେଉଛି ଲୋକାଲ୍ କେସ୍‌।

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୯୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ ବାକି ୮୭୫ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୪ ଜଣଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୯୨୫କୁ ବୃଦ୍ଧି ପାଇଛି।

Odisha Corona Update

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ଜଣ ଥିବା ବେଳେ କଟକରୁ ୩୧୯, ବାଲେଶ୍ୱରରୁ ୧୭୬, ଯାଜପୁରରୁ ୧୩୬, ପୁରୀରୁ ୧୧୦, ଜଗତସିଂହପୁରରୁ ୯୭, ମୟୂରଭଞ୍ଜରୁ ୮୧ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୭ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୫୭ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୫, ଭଦ୍ରକରୁ ୬୬, ବଲାଙ୍ଗିରରୁ ୭, ବୌଦ୍ଧରୁ ୧୧, ଦେବଗଡ଼ରୁ ୩, ଢେଙ୍କାନାଳରୁ ୪୪, ଗଜପତିରୁ ୬, ଗଞ୍ଜାମରୁ ୧୨, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୧୮, କେନ୍ଦୁଝରରୁ ୫୬, କୋରାପୁଟରୁ ୨୩, ମାଲକାନଗିରିରୁ ୨୦, ନବରଙ୍ଗପୁରରୁ ୧୧, ନୂଆପଡ଼ାରୁ ୭, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୧୬, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୬୬ ଓ ଷ୍ଟେଟ୍‌ ପୁଲ୍‌ରୁ ୮୫ ଜଣ ଚିହ୍ନଟ ହୋଇଛନ୍ତି।

୨୦୭୦ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୯ ହଜାର ୯୨୯ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୨୩ ହଜାର ୨୦୯ ଜଣ ସୁସ୍ଥ ହୋଇସାରିଛନ୍ତି। ୨୧ ହଜାର ୭୪୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+