ରାଜ୍ୟରେ କମୁଛି କରୋନା ସଂଖ୍ୟା , ୨୪ ଘଣ୍ଟା ମଧ୍ୟରେ ୪୦୩ ସଂକ୍ରମିତ ଚିହ୍ନଟ

Odisha Covid-19 Report: ରାଜ୍ୟରେ କମୁଛି କରୋନା ସଂଖ୍ୟା , ୨୪ ଘଣ୍ଟା ମଧ୍ୟରେ ୪୦୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂଖ୍ୟା । ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୪୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୪୮ ଜଣ ଶିଶୁ- କିଶୋର ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ରହିଛି ।

CORONA

ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କଟକରୁ ୧୬ ଜଣ,ସୁନ୍ଦରଗଡ଼ରୁ ୬୬ ଅନୁଗୁଳ ୧ ଜଣ,ବାଲେଶ୍ବର ୭ ଜଣ, ବରଗଡ଼ରୁ ୨, ଭଦ୍ରକରୁ ୧ ଜଣ, ବଲାଙ୍ଗୀରରୁ ୨୨ ଜଣ, ବୌଦ୍ଧରୁ ୬ ଜଣ, ଦେବଗଡ଼ରୁ ୪ ଜଣ,ଢେଙ୍କାନାଳରୁ ୧, ଗଜପତିରୁ ୬ ଜଣ, ଗଞ୍ଜାମରୁ ୧, ଜଗତସିଂହପୁରରୁ ୨, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୨,କଳାହାଣ୍ଡି ୧୯ ଜଣ, କନ୍ଧମାଳରୁ ୪ ଜଣ, କୋରାପୁଟ ୯ ଜଣ, ମାଲକାନଗିରୁ ୧, ମୟୂରଭଞ୍ଜରୁ ୧୯ ଜଣ,ନବରଙ୍ଗପୁରରୁ ୧୭ ଜଣ,ନୟାଗଡ଼ ୧୫ ଜଣ, ନୂଆପଡ଼ାରୁ ୧୭, ପୁରୀରୁ ୨ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୩୬ ଜଣ, ସୋନପୁରରୁ ୧୪ ଜଣ, ଓ ଷ୍ଟେଟପୁଲରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

CORONA 2

ରାଜ୍ୟରେ ଏପର୍ଯ୍ୟନ୍ତ ୧୩, ୨୨, ୧୮୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୩,୦୯, ୦୧୦ ଜଣ ସୁସ୍ଥ ହୋଇସାରିଛନ୍ତି । ହେଲେ ଏବେ ବି ୩୯୬୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+