ରାଜ୍ୟରୁ ଆଉ ୬୪୯ କରୋନା ପଜିଟିଭି ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବୟସ ବର୍ଗରେ ୧୦୩ ଜଣ ପିଲା ଅଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବୟସ ବର୍ଗରେ ୧୦୩ ଜଣ ପିଲା ଅଛନ୍ତି । ସେହିପରି କ୍ୱାରେଣ୍ଟାଇନ୍ରୁ ୩୮୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୨୬୮ । ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୭, ବରଗଡ଼ରୁ ୨, ଭଦ୍ରକରୁ ୬, ବଲାଙ୍ଗିରରୁ ୫, ବୌଦ୍ଧରୁ ୧, କଟକରୁ ୮୪, ଦେବଗଡ଼ରୁ ୧, ଢେଙ୍କାନାଳରୁ ୨, ଗଜପତିରୁ ୧, ଗଂଜାମରୁ ୫, ଜଗତସିଂହପୁରରୁ ୩୭, ଯାଜପୁରରୁ ୩୦, ଝାରସୁଗୁଡ଼ାରୁ ୬, କଳାହାଣ୍ଡି଼ରୁ ୨, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୯, କୋରାପୁଟରୁ ୫, ମାଲକାନଗିରିରୁ ୧, ମୟୂରଭଂଜରୁ ୩୦, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୬, ନୂଆପଡ଼ାରୁ ୨, ପୁରୀରୁ ୧୭, ରାୟଗଡ଼ାରୁ ୩, ସମ୍ବଲପୁରରୁ ୯, ସୁନ୍ଦରଗଡ଼ରୁ ୨୫ ଓ ଷ୍ଟେଟ୍ ପୁଲ୍ରୁ ୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୩୬୨କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦,୦୧୨୫୪ ସୁସ୍ଥ ହୋଇ ସାରିଥିବା ବେଳେ ୬,୯୫୭ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ଆଉ ୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୯୮ ରେ ପହଞ୍ଚିଛି । ଏହି ୬ କରୋନା ମୃତକଙ୍କ ମଧ୍ୟରୁ ବାଲେଶ୍ୱର ଓ ପୁରୀରୁ ୨ ଜଣ ଲେଖାଏଁ ହୋଇଥିବା ବେଳେ କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଅଛନ୍ତି।












Click it and Unblock the Notifications