କମୁଛି ସଂକ୍ରମଣ, ରାଜ୍ୟରେ ଆଉ ୨୨୮୨ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ୨୪ ଘଣ୍ଟାରେ ୨୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୭୮ହଜାର ୪୬୬ ନମୂନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ତିନି ପ୍ରତିଶତ ତଳକୁ ଖସିଛି ।
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ତଳକୁ ଖସୁଛି କରୋନା ଗ୍ରାଫ । ରାଜ୍ୟରେ ୨୪ ଘଣ୍ଟାରେ ୨୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୭୮ହଜାର ୪୬୬ ନମୂନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ତିନି ପ୍ରତିଶତ ତଳକୁ ଖସିଛି । ୨ ଦଶମିକ ୯ ପ୍ରତିଶତ ରହିଛି ଟେଷ୍ଟ ପଜିଟିଭ ହାର । ସଙ୍ଗରୋଧ କେନ୍ଦ୍ରରୁ ୧୩୧୫ ଓ ସ୍ଥାନୀୟ ଅଂଚଳରୁ ୯୬୭ ମାମଲା ପଜିଟିଭ ଚିହ୍ନଟ ହୋଇଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ଏବେ ବି ସର୍ବାଧିକ ୫୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୨୮୯, ବାଲେଶ୍ୱରରୁ ୧୪୬, ମୟୂରଭଞ୍ଜରୁ ୧୪୧, ପୁରୀରୁ ୧୨୭, ଯାଜପୁରରୁ ୧୧୧ ଓ ଷ୍ଟେଟ୍ ପୁଲ୍ରୁ ୧୧୭ ଜଣ ଅଛନ୍ତି।
Covid-19 Report For 10th July
New Positive Cases: 2282
In quarantine: 1315
Local contacts: 967(Details of local contacts will be shared by concerned Dist Administration)
District Wise Cases:
1. Angul: 61
— I & PR Department, Odisha (@IPR_Odisha) July 11, 2021
2. Balasore: 146
3. Bargarh: 17
4. Bhadrak: 71
5. Balangir: 9
ଅନୁଗୋଳ ଜିଲ୍ଲାରୁ ୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୭, ଭଦ୍ରକରୁ ୭୧, ବଲାଙ୍ଗିରରୁ ୯, ବୌଦ୍ଧରୁ ୧୦, ଦେବଗଡ଼ରୁ ୬, ଢେଙ୍କାନାଳରୁ ୫୫, ଗଜପତିରୁ ୮, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୭୩, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୬୨, କେନ୍ଦୁଝରରୁ ୫୧, କୋରାପୁଟରୁ ୪୦, ମାଲକାନଗିରିରୁ ୩୨, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୮୩, ନୂଆପଡ଼ାରୁ ୨, ରାୟଗଡ଼ାରୁ ୧୫,ସମ୍ବଲପୁରରୁ ୧୮, ସୋନପୁରରୁ ୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୭ ଜଣ ଚିହ୍ନଟ ହୋଇଛନ୍ତି।
୨୨୮୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯ ହଜାର ୬୩୯ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୨୫ ହଜାର ୪୬୧ ଜଣ ଚିକିତ୍ସାଧୀନ ଅଛନ୍ତି।












Click it and Unblock the Notifications