କୋଭିଡ କଟକଣାରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା, ସ୍କୁଲରେ ମାସ୍କ ପିନ୍ଧିବାକୁ ପରାମର୍ଶ
ପୁଣି ସ୍କୁଲକୁ ଫେରିଲା କରୋନା କଟକଣା । ସ୍କୁଲରେ କରୋନା ନିୟମ ପାଳନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ଭୁବନେଶ୍ୱର: ପୁଣି ସ୍କୁଲକୁ ଫେରିଲା କରୋନା କଟକଣା । ସ୍କୁଲରେ କରୋନା ନିୟମ ପାଳନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । କେନ୍ଦ୍ର ଓ ରାଜ୍ୟର ମାର୍ଗ ଦର୍ଶିକା ଅନୁଯାୟୀ ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥି ସହ ଆଗକୁ ହେବାକୁ ଥିବା ଦଶମ ଓ ଦ୍ୱାଦଶ ପରୀକ୍ଷା କୋଭିଡ କଟକଣାରେ ହେବ ।

କରୋନା ସ୍ଥିତି ନେଇ ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏଥରେ ଉପସ୍ଥିତ ରହିବେ । ଏହାସହ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ, ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ବି ଏହି ବୈଠକରେ ରହିବେ । ଆଗାମୀ ଦିନ ପାଇଁ କୋଭିଡ ମୁକାବିଲା ରଣନୀତି ନେଇ ଏଥିରେ ଆଲୋଚନା ହେବ ।ଆଗାମୀ ଦିନ ପାଇଁ କୋଭିଡ ମୁକାବିଲା ରଣନୀତି ପ୍ରସ୍ତୁତ କରିବେ ମୁଖ୍ୟମନ୍ତ୍ରୀ। ଅନ୍ୟପକ୍ଷରେ ଲୋକଙ୍କୁ ମାସ୍କ ପିନ୍ଧିବା, କରୋନା ଟିକା ନେବାକୁ ଅପିଲ କରାଯାଇଛି। ଟେଷ୍ଟିଙ୍ଗ ବଢାଇବାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। କରୋନାକୁ ପୁଣି ଥରେ ହରାଇବା ପାଇଁ ସବୁ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ କରୋନାର ସ୍ଥିତି ସମୀକ୍ଷା କରାଯାଇ ଥିବାବେଳେ ବର୍ତ୍ତମାନ ରାଜ୍ୟ ସରକାର ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛନ୍ତି। କରୋନାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ସହ କରୋନା ନିୟମାବଳୀ ମାନି ରହିବାକୁ ଲୋକମାନଙ୍କ ପରାମର୍ଶ ଦିଆଯାଇଛି।
ଉଲ୍ଲେଖଥାଉ କି, ବିଭିନ୍ନ ଦେଶରେ କରୋନା ବିସ୍ଫୋରଣ ଦେଖିବାକୁ ମିଳିଛି । ଚିନ୍ତା ବଢ଼ାଇ ଦେଇଛି କରୋନାର ନୂଆ ଭୂତାଣୁ । ଚୀନରେ ହୁ ହୁ ବଢୁଥିବା କରୋନା ମହାମାରୀକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ। ଭାରତରେ ଚୀନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଭାରତ ସରକାର।












Click it and Unblock the Notifications