ଜାନୁଆରୀ ଶେଷ ସୁଦ୍ଧା ପିକରେ ରହିବ ସଂକ୍ରମଣ, ଚିହ୍ନଟ ହୋଇପାରନ୍ତି ୩୦ ହଜାର ସଂକ୍ରମିତ

ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ଶୀର୍ଘ ଛୁଇଁ ପାରେ କରୋନା ସଂକ୍ରମଣ । ବରିଷ୍ଠ ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ରଙ୍କ ସୂଚନା ।

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଓମିକ୍ରନ କଥା ଯଦି କହିବା ତାହାଲେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୦ଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

odisha corona cases

ଏପରି ସ୍ଥିତିରେ ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ଶୀର୍ଘ ଛୁଇଁ ପାରେ କରୋନା ସଂକ୍ରମଣ । ବରିଷ୍ଠ ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ରଙ୍କ ସୂଚନା । ସେ କହିଛନ୍ତି, ପିକ୍ ଛୁଇଁବା ବେଳେ ରାଜ୍ୟରୁ ଚିହ୍ନଟ ହୋଇପାରନ୍ତି ୩୦ ହଜାର ସଂକ୍ରମିତ । ସେହିଭଳି ପିକ୍ ସମୟରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଡାକ୍ତର ସନ୍ଦେହ କରୁଛନ୍ତି ।

ଓମିକ୍ରନ ଡେଲ୍ଟା ଭାରିଆଣ୍ଟଠାରୁ ୫ ଗୁଣା ବିପଦଜ୍ଜନକ । ତେବେ ପ୍ରତ୍ୟେକ ଶହେ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇପାରେ । ଅନ୍ୟମାନେ ସଭିଏଁ ବୁଷ୍ଟର ଡୋଜ ନେବା ଆବଶ୍ୟକ । କାରଣ ଲୋକେ ନେଇଥିବା ଭ୍ୟାକ୍ସିନ ୪ ରୁ ୬ ମାସ ମଧ୍ୟରେ ଅକାମି ହୋଇଯିବ । ଏହାର ପ୍ରଭାବ ରହିବ ନାହିଁ । କିନ୍ତୁ ଖୁବଶୀଘ୍ର ସୁସ୍ଥତା ହୋଇ ଫେରିବ ବୋଲି ସୂଚନା ଦେଇଛନ୍ତି ସମ୍‌ ହସ୍ପିଟାଲର ଡିନ୍‌ ତଥା ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+