ଫେରିଲା କରୋନା: ରାଜ୍ୟରେ ୧୦୦ ମାର୍କ ଛୁଇଁଲା ଦୈନିକ ସଂକ୍ରମଣ !
ଭୁବନେଶ୍ବର: ପୁଣି ଫେରିଲା କରୋନା । ରାଜ୍ୟରେ ପୁଣି ଥରେ ବଢିବାର ଲାଗିଲାଣି କରୋନା ସଂକ୍ରମଣ । ଇତି ମଧ୍ୟରେ ଆଜି ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୯କୁ ବୃଦ୍ଧି ପାଇଛି ।

ଦେଶ ଓ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟେଷ୍ଟିଂ ଓ ସର୍ଭେଲାନ୍ସକୁ ବୃଦ୍ଧି କରାଯାଇଛି । ଅଧିକ ଟେଷ୍ଟିଂ ହେଉଥିବାରୁ ଆଗକୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି, ଆସନ୍ତା ୧୦ ଓ ୧୧ତାରିଖ ଦୁଇଦିନ ମକ ଡ୍ରିଲ୍ ହେବ । ଯେଉଁମାନଙ୍କ ପାଖରେ କରୋନା ଲକ୍ଷଣ ଅଛି, ସେମାନେ କରୋନା ଟେଷ୍ଟ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅପିଲ କରିଛି । ପୂର୍ବ ଗାଇଡଲାଇନ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଭୟଭୀତ ନହୋଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ଅପିଲ କରିଛି ।












Click it and Unblock the Notifications