Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ: ଆଜି ୫,୮୯୧ ପିଜିଟିଭ ଚିହ୍ନଟ, ୭ ମୃତ

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫ ହଜାର ୮୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୫୨ଜଣ ୧୮ ବର୍ଷରୁ କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫ ହଜାର ୮୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୫୨ଜଣ ୧୮ ବର୍ଷରୁ କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୩,୪୧୩ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୪୭୮ଟି ହେଉଛି ଲୋକାଲ୍ କେସ୍‌।

odisha corona cases

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୦୦ ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ ସୁନ୍ଦରଗଡ଼ରୁ ୫୦୧, କଟକରୁ ୪୮୨, ଷ୍ଟେଟ୍‌ପୁଲ୍ ୨୯୯, ବାଲେଶ୍ୱରରୁ ୨୩୪, ଯାଜପୁରରୁ ୨୧୯, ମୟୂରଭଞ୍ଜରୁ ୨୧୮,ନୟାଗଡ଼ରୁ ୨୦୫, କଳାହାଣ୍ଡିରୁ ୧୮୮, ସମ୍ବଲପୁରରୁ ୧୫୮, ବଲାଙ୍ଗିରରୁ ୧୩୮, କେନ୍ଦୁଝରରୁ ୧୩୭ ଓ ଢେଙ୍କାନାଳରୁ ୧୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧୦୬, ବରଗଡ଼ରୁ ୮୫, ଭଦ୍ରକ ୯୪, ବୌଦ୍ଧ ୯୩, ଦେବଗଡ଼ ୬୧, ଗଜପତି ୯୬, ଗଞ୍ଜାମ ୭୫, ଜଗତସିଂହପୁର ୧୦୮, ଝାରସୁଗୁଡ଼ା ୩୫, କନ୍ଧମାଳ ୭୩, କେନ୍ଦ୍ରାପଡ଼ା ୧୧୪, କୋରାପୁଟ୧୨୮, ମାଲକାନଗିରି ୫୨, ନବରଙ୍ଗପୁର ୯୫, ନୂଆପଡ଼ା ୫୬, ପୁରୀ ୬୩, ରାୟଗଡ଼ା ୧୨୫ ଓ ସୋନପୁର ୨୦ରୁ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨ଜଣ । ସୁସ୍ଥ ହୋଇଛନ୍ତି ୧୧ ଲକ୍ଷ ୩୧ ହଜାର ୯୧୭ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୭ ହଜାର ୩୪୦ଜଣ । ୫୯ ହଜାର ୮୦୭ ଜଣ ନମୁନା ପରୀକ୍ଷା ହୋଇଛି ।

ତେବେ ରାଜ୍ୟରେ ଆଉ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅଡିଟ୍ ପ୍ରୋସେସରେ ଆଉ ୭ ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବାଲେଶ୍ୱର, ଭୁବନେଶ୍ୱର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ଥିବା ବେଳେ କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଝାରସୁଗୁଡ଼ା ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଢେଙ୍କାନାଳ ଓ କେନ୍ଦ୍ରାପଡାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+