ରାଜ୍ୟରେ ୧୧ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୦୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୬୧ ଜଣ ଅଛନ୍ତି। ୧୧,୦୮୬ ଜଣଙ୍କ ମଧ୍ୟରୁ ୬୪୩୧, ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୬୫୫ ଟି ହେଉଛି ଲୋକାଲ୍ କେସ୍।
ଭୁବନେଶ୍ୱର: ରାଜ୍ୟରେ ୧୧ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୦୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୬୧ ଜଣ ଅଛନ୍ତି। ୧୧,୦୮୬ ଜଣଙ୍କ ମଧ୍ୟରୁ ୬୪୩୧, ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୬୫୫ ଟି ହେଉଛି ଲୋକାଲ୍ କେସ୍।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୪୬୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩୯ ଜଣ, ବାଲେଶ୍ୱରରୁ ୩୨୩ ଜଣ, ବରଗଡ଼ରୁ ୧୨୫ ଜଣ, ଭଦ୍ରକରୁ ୧୩୨ ଜଣ, ବଲାଙ୍ଗୀରରୁ ୩୦୦ ଜଣ, ବୌଦ୍ଧ ଜିଲ୍ଲାରୁ ୮୩, କଟକରୁ ୭୬୬ ଜଣ, ଦେବଗଡ଼ରୁ ୫୩ ଜଣ, ଢେଙ୍କାନାଳରୁ ୧୫୭ ଜଣ, ଗଜପତିରୁ ୯୩, ଗଞ୍ଜାମରୁ ୧୧୬ ଜଣ, ଜଗତସିଂହପୁରରୁ ୨୭୩ ଜଣ, ଯାଜପୁରରୁ ୨୭୫ ଜଣ, ଝାରସୁଗୁଡ଼ାରୁ ୧୩୨ ଜଣ, କଳାହାଣ୍ଡିରୁ ୨୫୩ ଜଣ, କନ୍ଧମାଳରୁ ୫୧ ଜଣ, କେନ୍ଦ୍ରାପଡ଼ାରୁ ୮୫ ଜଣ, କେଉଁଝରରୁ ୨୨୩ ଜଣ, କୋରାପୁଟରୁ ୧୯୬ ଜଣ, ମାଲକାନଗିରିରୁ ୫୪ ଜଣ, ମୟୁରଭଞ୍ଜରୁ ୩୯୩ ଜଣ, ନବରଙ୍ଗପୁରରୁ ୧୩୭, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୦୪ ଜଣ, ପୁରୀରୁ ୧୮୮ ଜଣ, ରାୟଗଡ଼ାରୁ ୧୮୭ ଜଣ, ସମ୍ୱଲପୁରରୁ ୩୦୨ ଜଣ, ସୋନପୁରରୁ ୧୫୩, ସୁନ୍ଦରଗଡ଼ରୁ ୧୪୧୬ ଜଣ ଓ ଷ୍ଟେଟ ପୁଲରୁ ୭୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୪୮୭ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୬୬ ହଜାର୦୩୨ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୮୦,୯୧,୧୪ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ୮, ୪୮୮ କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କଟକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।












Click it and Unblock the Notifications