ରାଜ୍ୟରେ ୨୪ ଘଣ୍ଟାରେ ୨୬୯ ଜଣ କରୋନା ପିଜିଟିଭ୍ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୨୬୯ ଜଣ କରୋନା ପିଜିଟିଭ୍ ଚିହ୍ନଟ

Odisha Corona Update: ରାଜ୍ୟରେ ଦୈନିକ ସଂକ୍ରମଣ ୨ ଶହ ଟପିଲା । ଗତ ୨୪ ଘଣ୍ଟାରେ ୨୬୯ ଜଣ କରୋନା ପିଜିଟିଭ୍ ଚିହ୍ନଟ । ତେବେ ଗତକାଲି ୩୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ ୧୫୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୧୨ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ସେହିପରି ୪୮ ଜଣ ୧୮ ବର୍ଷରୁ କମ ବୟସର ଶିଶୁ କିଶୋର ଥିବା ସୂଚନା ରହିଛି ।

odisha .corona

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୪୦ ଜଣ,କଟକରୁ ୨୧ ଜଣ, ବାଲେଶ୍ବର ଜିଲ୍ଲାରୁ ୭,ବରଗଡ଼ରୁ ୫,ବଲାଙ୍ଗୀରରୁ ୬ ଜଣ,ବୌଦ୍ଧରୁ ୨,ଦେବଗଡ଼ରୁ ୫,ଗଜପତିରୁ ୩ ଜଣ, ଗଞ୍ଜାମରୁ ୧,ଜଗତସିଂହପୁରରୁ ୫ ଜଣ,ଯାଜପୁରରୁ ୧୦ ,ଝାରସୁଗୁଡ଼ାରୁ ୩,କଳାହାଣ୍ଡିରୁ ଜଣେ,କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୭,କୋରାପୁଟରୁ ୧,ମୟୂରଭଞ୍ଜରୁ ୯ ଜଣ,ନବରଙ୍ଗପୁରରୁ ୧୬ ଜଣ, ନୟାଗଡ଼ରୁ ୧୨ ଜଣ, ନୂଆପଡ଼ାରୁ ୧୩, ପୁରୀରୁ ୩ ଜଣ,ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୪ ଜଣ,ସୋନପୁରରୁ ୨ ଓ ଷ୍ଟେଟପୁଲରୁ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ରାଜ୍ୟରେ ମୋଟ୍ ୧୩, ୨୯,୪୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ୧୩, ୧୮, ୫୫୦ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ମଧ୍ୟ ୧୬୮୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+