ଥିଲା ଥିଲା... ମାରିଲା ଲମ୍ବା ଡିଆଁ: ଆଜି ୧୨ ଶହ ପାର୍ ଦୈନିକ କରୋନା ସଂକ୍ରମଣ
ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ବର୍ଷ ମଧ୍ୟରେ ୧୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର: ଥିଲା ଥିଲା... ଆଜି ମାରିଲା ଲମ୍ବା ଡିଆଁ । ପାଞ୍ଚ ଶହ କି ହଜାରେ ନୁହେଁ, ଏକାଥରକେ ୧୨ ଶହ ପାର୍ । ରାଜ୍ୟରେ ଓମିକ୍ରନ ସଙ୍କଟ ବେଳେ ବଢିବାରେ ଲାଗିଲାଣି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ବର୍ଷ ମଧ୍ୟରେ ୧୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୦୬ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୮୦, ଯାଜପୁରରୁ ୪୭, ମୟୂରଭଞ୍ଜରୁ ୪୦, ଝାରସୁଗୁଡ଼ାରୁ ୩୩, କେନ୍ଦୁଝରରୁ ୨୫, ନବରଙ୍ଗପୁର, ଝାରସୁଗୁଡ଼ାରୁ ୧୩ ଲେଖାଏ , କେନ୍ଦ୍ରାପଡ଼ାରୁ ୯, ଦେବଗଡ଼ରୁ ୮, ଢେଙ୍କାନାଳ, କଳାହାଣ୍ଡିରୁ ୪ ଲେଖାଏ , ଗଞ୍ଜାମରୁ ୯, ଗଜପତିରୁ ୧, କୋରାପୁଟରୁ ୩, ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୩, ନୂଆପଡ଼ାରୁ ୨, ପୁରୀରୁ ୩୦, ରାୟଗଡ଼ାରୁ ୮, ସମ୍ବଲପୁରରୁ ୯୯, ସୋନପୁରରୁ ୩, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତକାଲି ୬୮୦ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜାନୁଆରୀ ୩ ରେ ୪୨୪, ଜାନୁଆରୀ ୨ରେ ୪୨୪, ଜାନୁଆରୀ ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧, ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।
ତେବେ ଆଜି ଆକ୍ରାନ୍ତ ପରେ ରାଜ୍ୟରେ ମୋଟ୍ ପଜିଟିଭ ସଂଖ୍ୟା ୧୦,୪୫,୩୭୬ରେ ପହଞ୍ଚିଛି। ଆକ୍ଟିଭ କେସ୍ ୩୯୮୧ ରହିଛି । ରାଜ୍ୟରେ ଏ ଯାବତ ୩୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଦୁଇ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କୋଭିଡ ମୃତ୍ୟୁ ସଂଖ୍ୟା ୮୪୬୬କୁ ବୃଦ୍ଧି ପାଇଛି । ତେବେ ମୃତକ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲାର ବୋଲି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।












Click it and Unblock the Notifications