ରାଜ୍ୟରେ ଆଜି ୨୨୧ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୯ ଜଣ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ୨୨୧ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୯ ଜଣ ପଜିଟିଭ୍ ଚିହ୍ନଟ ,ପୁଣି ରାଜ୍ୟରେ ୨୦୦ ଛୁଇଁଲା କରୋନା ସଂକ୍ରମଣଙ୍କ ସଂଖ୍ୟା,୧୨୯ ଜଣ ସଂଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି
ଭୁବନେଶ୍ୱର: ପୁଣି ରାଜ୍ୟରେ ୨୦୦ ଛୁଇଁଲା କରୋନା ସଂକ୍ରମଣଙ୍କ ସଂଖ୍ୟା । ଗତ କାଲି ୧୭୪ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୯ ଜଣ ସଂଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୨ ଜଣ ସ୍ଥାନୀୟ ସଂକ୍ରମଣରୁ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସେହିପରି ୪୧ ଜଣ ୧୮ ବର୍ଷରୁ କମ୍ ଶିଶୁ -କିଶୋର ଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୩,୨୮,୪୬୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୩,୧୭,୪୯୨ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ବି ୧୭୪୦ ଜଣ ସକ୍ରିୟ ସଂକ୍ରିମିତ ଅଛନ୍ତି ।

ଆଜି ରାଜ୍ୟର ୨୫ଟି ଜିଲ୍ଲାରୁ ୨୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୧ ଜଣ ,ବାଲେଶ୍ୱରରୁ ୨,ବରଗଡ଼ରୁ ୩,ଭଦ୍ରକରୁ ୨,ବଲାଙ୍ଗୀରରୁ ୩, ଗଞ୍ଜାମରୁ ୫ ଜଣ ,ଢେଙ୍କାନାଳରୁ ୨ ଜଣ ,ଜଗତସିଂହପୁରରୁ ୫ ଜଣ,ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୧, କଳାହାଣ୍ଡି ଜିଲ୍ଲାରୁ ୩ ଜଣ,କନ୍ଧମାଳରୁ ୧ ଜଣ,କେନ୍ଦ୍ରାପଡ଼ାରୁ ୪,କେନ୍ଦୁଝରରୁ ୨,କୋରାପୁଟରୁ ୫,ମୟୂରଭଞ୍ଜରୁ ୪ ଜଣ, ନବରଙ୍ଗପୁରରୁ ୫ ଜଣ,ନୟାଗଡ଼ ଜିଲ୍ଲାରୁ ୮ ଜଣ, ନୂଆପଡ଼ାରୁ ୮,ପୁରୀରୁ ୪ ଜଣ,ରାୟଗଡ଼ାରୁ ୨,ସମ୍ବଲପୁରରୁ ୨ ଜଣ, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୪୯ ଜଣ ଓ ଷ୍ଟେଟପୁଲରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।












Click it and Unblock the Notifications