For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ ଆଜି ତିନିଶହ ପାର୍ ଦୈନିକ କରୋନା ସଂକ୍ରମଣ

କିଛି ଦିନ ବ୍ରେକ୍ ପରେ ରାଜ୍ୟରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ଦୈନିକି ସଂକ୍ରମଣ ରେଖା ସିଧା ତିନି ଶହ ପାର୍ କରିଛି । ଗତ ୨୪ ଘଣ୍ଟାରେ ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

|

ଭୁବନେଶ୍ୱର: କିଛି ଦିନ ବ୍ରେକ୍ ପରେ ରାଜ୍ୟରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ଦୈନିକି ସଂକ୍ରମଣ ରେଖା ସିଧା ତିନି ଶହ ପାର୍ କରିଛି । ଗତ ୨୪ ଘଣ୍ଟାରେ ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Odisha Covid 19

ସଂଗରୋଧରୁ ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଆକ୍ରାନ୍ତ ୧୪୪ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୯ ଜଣ ପଜିଟିଭ ରହିଛନ୍ତି। ଖୋର୍ଦ୍ଧରୁ ସର୍ବାଧିକ ୧୮୯ ଓ କଟକରୁ ୫୧ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୧୩୧୦କୁ ବୃଦ୍ଧି ପାଇଛି।

ସେହିପରି କଟକରୁ ୫୧, ସୁନ୍ଦରଗଡ଼ରୁ ୧୩, ବାଲେଶ୍ୱର, ଜଗତସିଂହପୁର, ନୂଆପଡ଼ାରୁ ୭ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୫୩୮ । ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୦ ହଜାର ୪୯ଜଣ । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୩୧୦ । ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Covid 19 Cases Cross 300 Mark Today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X