୧୦ ହଜାର ଡେଇଁଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଡେଇଁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୦୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୭୨ ଜଣ ଅଛନ୍ତି।

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଡେଇଁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୦୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୭୨ ଜଣ ଅଛନ୍ତି। ୧୦,୦୫୯ ଆକ୍ରାନ୍ତଙ୍କ ମଧ୍ୟରୁ ୫,୮୩୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪,୨୨୬ଟି ହେଉଛି ଲୋକାଲ୍ କେସ୍‌।

odisha corona cases

ରେଡ୍ ଜୋନରେ ୧୦ ଜିଲ୍ଲା ରହିଛି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର, ପୁରୀ, କଟକ, ଗଜପତି, ନବରଙ୍ଗପୁର, ବଲାଙ୍ଗୀର, ଝାରସୁଗୁଡା, ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ସେହିପରି ୨୪ ଘଣ୍ଟାରେ ଖୋର୍ଦ୍ଧାରେ ୩ ହଜାର ଟପିଛି ଦୈନିକ ସଂକ୍ରମଣ । ଖୋର୍ଦ୍ଧାରେ ସର୍ବାଧିକ ୩ ହଜାର ୧୮୮ ସଂକ୍ରମିତ ଚିହ୍ନଟ ହୋଇଛି । ସେହିପରି ସୁନ୍ଦରଗଡ଼ରୁ ୧୩୪୮, କଟକରୁ ୮୭୦, ସମ୍ବଲପୁରରୁ ୫୭୦, ମୟୂରଭଞ୍ଜରୁ ୪୨୩, ବାଲେଶ୍ବରରୁ ୨୭୮, ପୁରୀରୁ ୨୭୨, ଝାରସୁଗୁଡାରୁ ୨୧୯, ବଲାଙ୍ଗୀରରୁ ୨୧୬, ଯାଜପୁରରୁ ୨୧୨, କୋରାପୁଟରୁ ୧୫୫, ଗଞ୍ଜାମରୁ ୧୫୪, ଜଗତସିଂହପୁର ୧୪୨, ଭଦ୍ରକରୁ ୧୩୮, ରାୟଗଡ଼ାରୁ ୧୩୧, କଳାହାଣ୍ଡିରୁ ୧୨୩, ନବରଙ୍ଗପୁରରୁ ୧୨୨, କେନ୍ଦୁଝରରୁ ୧୦୯, ସୋନପୁରରୁ ୧୦୬, ନୟାଗଡ଼ରୁ ୧୦୨, ଗଜପତିରୁ ୮୨, ବରଗଡ଼ରୁ ୭୬, ନୂଆପଡାରୁ ୬୬, କେନ୍ଦ୍ରାପଡାରୁ ୫୧, ଢେଙ୍କାନାଳରୁ ୫୦, ଅନୁଗୁଳରୁ ୪୬, କନ୍ଧମାଳରୁ ୩୬, ଦେବଗଡ଼ରୁ ୧୮, ମାଲକାନଗିରିରୁ ୧୭, ବୌଦ୍ଧରୁ ୧୫ ଓ ଷ୍ଟେଟପୁଲରୁ ୭୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୯୪୯ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି ।

ନୂଆ ୧୦,୦୫୯ଟି କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୦୧,୬୦୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦,୪୮,୭୩୨ ଜଣ ସୁସ୍ଥ ହୋଇସାରିଲେଣି। ୪୪,୩୪୯ ଜଣ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୪୭୨କୁ ବୃଦ୍ଧି ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+