ଶନିବାର ଓ ରବିବାର ସଟଡାଉନ ପାଇଁ ବନ୍ଦ ରହିବ ଟିକାକରଣ
ଯେଉଁ ଛତିଶଗଡ଼ ସୀମାନ୍ତ 10 ଜିଲ୍ଲାରେ ସଟଡାଉନ ଘୋଷଣା କରଯାଉଛି, ସେଠାରେ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ ବୋଲି କହିଛନ୍ତି ଡାକ୍ତର ପାଣିଗ୍ରାହୀ ।
ଭୁବନେଶ୍ବର: ରାଜ୍ୟରେ ବେକାବୁ କରୋନା । ମହାମାରୀର 2ୟ ଲହରୀରେ ହୁ ହୁ ହୋଇ ବଢୁଛି ଆକ୍ରାନ୍ତ ସଂଖ୍ୟା । ସେପଟେ ରାଜ୍ୟରେ ମଧ୍ୟ ଧିରେ ଧିରେ ବଢୁଛି ଟିକାକରଣ । ଗତକାଲି 1050 କେନ୍ଦ୍ରରେ 1 ଲକ୍ଷ 54ହଜାର 330 ଜଣ ଟିକା ନେଇଛନ୍ତି । ଆଜି ଯାଏଁ ସମୁଦାୟ 48 ଲକ୍ଷ 10 ହଜାର 780 ଜଣ ଟିକା ନେଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ଅନ୍ୟପଟେ ଯେଉଁ ଛତିଶଗଡ଼ ସୀମାନ୍ତ 10 ଜିଲ୍ଲାରେ ସଟଡାଉନ ଘୋଷଣା କରଯାଉଛି, ସେଠାରେ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ ବୋଲି କହିଛନ୍ତି ଡାକ୍ତର ପାଣିଗ୍ରାହୀ । ସେପଟେ ଆଜି ଓଡିଶାକୁ ଆସିବ ୩ ଲକ୍ଷ କୋଭିସିଲ୍ଡ ଟିକା। ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।












Click it and Unblock the Notifications