ରାଜ୍ୟରେ କରୋନା ଟିକାର ଅଭାବ, ୧୩ ଶହ କେନ୍ଦ୍ରରେ ଟିକାକରଣ ବନ୍ଦ

ଶହ ଶହ କେନ୍ଦ୍ରରେ ବନ୍ଦ ରହିଛି ଆଜି ଟିକାକରଣ ପ୍ରକ୍ରିୟା । ରାଜ୍ୟରେ ମୋଟ ୧୫ ଶହ କେନ୍ଦ୍ରରୁ ମାତ୍ର ୨୧୨ଟି କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି ।

ଭୁବନେଶ୍ୱର: ସଂକ୍ରମଣ ସଂକଟ ସାଙ୍ଗକୁ ଟିକା ଟେନସନ। ରାଜ୍ୟରେ ମହାମାରି ମାଡି ଚାଲିଥିବା ବେଳେ ଅଭାବ ପଡିଲାଣି କରୋନା ଟିକା । ଫଳରେ ଶହ ଶହ କେନ୍ଦ୍ରରେ ବନ୍ଦ ରହିଛି ଆଜି ଟିକାକରଣ ପ୍ରକ୍ରିୟା । ରାଜ୍ୟରେ ମୋଟ ୧୫ ଶହ କେନ୍ଦ୍ରରୁ ମାତ୍ର ୨୧୨ଟି କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି ।

odisha corona vaccination

ଏପରିକି ପ୍ରଥମ ଡୋଜ୍ ନେଇଥିବା ୧୭ ଲକ୍ଷ ୪୭ ହଜାର ଲୋକ ଦ୍ବିତୀୟ ଡୋଜ୍ ଟିକା ନେଇ ପାରୁନାହାନ୍ତି । ଟିକା ଅଭାବ ପାଇଁ ଆଜି ଜଗତସିଂହପୁର ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ଏବେ ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡର ୭୧ ହଜାର ୩୭୦ ଡୋଜ୍ ଥିବାବେଳେ କେନ୍ଦ୍ର ଦେଇଥିବା କୋଭାକ୍ସିନରୁ ୨ ଲକ୍ଷ ୯୦ ହଜାର ୪୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ କିଣିଥିବା କୋଭାକ୍ସିନର ୧ ଲକ୍ଷ ୨୦ ହଜାର ୮୬୦ ଡୋଜ୍ ଅଛି । ଏଯାବତ୍ ରାଜ୍ୟରେ ୬ ଲକ୍ଷ ୩ ହଜାର ୬୭୧ ଡୋଜ୍ ଟିକା ଦିଆଯାଇଛି ।

କେନ୍ଦ୍ର ଆବଶ୍ୟକ ଟିକା ପହଞ୍ଚାଇ ନଥିବାରୁ ଦୈନିକ ଅଢ଼େଇ ଲକ୍ଷରୁ ତିନି ଲକ୍ଷ ଟିକାକରଣ ଟାର୍ଗେଟ ପୂରଣ ହୋଇ ପାରୁନାହିଁ । କେନ୍ଦ୍ର ସରକାର ତୁରନ୍ତ ଟିକା ଯୋଗାଇ ଦେବା ପାଇଁ ଦାବି ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+