ରାଜ୍ୟରେ ଆଉ ମାତ୍ର ଦୁଇ ଦିନର ଟିକା ମହଜୁଦ ରହିଛି, ଦୁଇ ଦିନ ପରେ...
2.6 ଲକ୍ଷ କୋଭିସିଲ୍ଡ ଓ 1.9 ଲକ୍ଷ କୋଭାକ୍ସିନ ଚିକା ଏବେ ରାଜ୍ୟରେ ମହଜୁଦ ରହିଛି । ଯାହା ଦୁଇ ଦିନ ପାଇଁ ହେବ । ଦୁଇ ଦିନ ପରେ ଟିକା ଶେଷ ହୋଇଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।
ଭୁବନେଶ୍ବର: ରାଜ୍ୟରେ ଟିକାକରଣ ଜୋରଦାର ଚାଲିଛି । ଗତକାଲି ରାଜ୍ୟରେ 889 କେନ୍ଦ୍ରରେ 102407 ଜଣଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ସମୁଦାୟ 53,59,794 ଟିକାକରଣ ହୋଇଛି। ଆଜି 750 କେନ୍ଦ୍ରରେ ଟିକାକରଣ ଚାଲିଛି। 2.6 ଲକ୍ଷ କୋଭିସିଲ୍ଡ ଓ 1.9 ଲକ୍ଷ କୋଭାକ୍ସିନ ଚିକା ଏବେ ରାଜ୍ୟରେ ମହଜୁଦ ରହିଛି । ଯାହା ଦୁଇ ଦିନ ପାଇଁ ହେବ । ଦୁଇ ଦିନ ପରେ ଟିକା ଶେଷ ହୋଇଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

ତେବେ ଏପରି ପରିସ୍ଥିତିରେ କେମିତି ସବୁ ଲୋକଙ୍କୁ ଟିକା ଦିଆଯିବ ସେନିଇ ଚିନ୍ତା ବଢ଼ିବାରେ ଲାଗିଛି। କେନ୍ଦ୍ରକୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ ଏଯାଏ ଟୀକା ଆସିବାର କୌଣସି ଖବର ନାହିଁ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ICMRର ସୂଚନା ଅନୁଯାୟୀ କୋଭାକ୍ସିନ ହେଉଛି ଅଧିକ ପ୍ରଭାବଶାଳୀ। ଏହା ଡବଲ ମ୍ୟୁଟେସନ ବିରୋଧରେ ଭଲଭାବରେ କାମ କରେ । କିନ୍ତୁ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ସମାନ ପ୍ରଭାବଶାଳୀ ବୋଲି କହିଛନ୍ତି ଡାକ୍ତର ବିଜୟ ପାଣିଗ୍ରାହୀ।
ସେପଟେ ମେ ୧ରୁ ରାଜ୍ୟରେ ସାବାଳକଙ୍କୁ ଟୀକାକରଣ ହେବ। ଏନେଇ SOP ରାଜ୍ୟ ସରକାର କରିବେ। ୧୮ରୁ ୪୫ ବର୍ଷ ବୟସର ରହିଛନ୍ତି ୪୨ ପ୍ରତିଶତ ଲୋକ। ଘରୋଇ ହସ୍ପିଟାଲରେ ଯାହା ଟୀକାକରଣ ଚାଲିଛି, ତାହା କେନ୍ଦ୍ର ସରକାର ଦେଉଛନ୍ତି। ହେଲେ ମେ ୧ ରୁ ଆଉ କେନ୍ଦ୍ର ଦେବନି ଟିକା। ଘରୋଇ ହସ୍ପିଟାଲ ସିଧା କିଣିବେ କମ୍ପାନୀଠାରୁ।












Click it and Unblock the Notifications