For Quick Alerts
Turn On Notification  
For Daily Alerts
Oneindia App Download

ସପ୍ତାହରେ ପାଞ୍ଚ ଦିନ ହେବ ଟିକାକରଣ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଅନଲାଇନ ପଞ୍ଜିକରଣ ପାଇଁ ବରିଷ୍ଠ ନାଗରିକ ଅସୁବିଧାର ସମ୍ମୁଖିନ ହୋଇବା ଦେଖିବାକୁ ମିଳିଥିଲା । ଫଳରେ ଅଲଲାଇନ ସହ ଅଫଲାଇନର ବ୍ୟବସ୍ଥା ମଧ୍ୟ କରାଯାଇଛି ।

|

ଭୁବନେଶ୍ବର: ସୋମବାରଠୁ ରାଜ୍ୟରେ ଆରମ୍ଭ ହୋଇଛି 2ୟ ପର୍ଯ୍ୟାୟ କରୋନା ଟିକାକରଣ । ଏଥି ସହିତ ସାଧାରଣଙ୍କୁ ମଧ୍ୟ ଗତକାଲିଠୁ କରୋନା ଟିକା ମିଳିଛି । ତେବେ ଅନଲାଇନ ପଞ୍ଜିକରଣ ପାଇଁ ବରିଷ୍ଠ ନାଗରିକ ଅସୁବିଧାର ସମ୍ମୁଖିନ ହୋଇବା ଦେଖିବାକୁ ମିଳିଥିଲା । ଫଳରେ ଅଲଲାଇନ ସହ ଅଫଲାଇନର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଗତକାଲି 60 ବର୍ଷରୁ ଉର୍ଦ୍ଧ୍ବ 11,289 ଜଣ ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଛି। ସେହିପରି 45ରୁ 59 ବର୍ଷ ଯାଏ 300 ଜଣଙ୍କୁ ଟିକା ଦିଆଯାଇଛି ବୋଲି ଜନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

odisha corona vaccination

ସେହିପରି 1 ହଜାର 41 ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଟିକା ନେଇଛନ୍ତି । 6 ହଜାର 860 ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ଵିତୀୟ ଡୋଜ ଟିକା ନେଇଥିବା ସେ କହିଛନ୍ତି । ତେବେ ବୟସ୍କ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧ ମିଶି 21,914 ସଫଳ ଭାବେ ହୋଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । କେଉଁଠି ବି ପାର୍ଶ୍ଵ ପ୍ରତିକ୍ରିୟା ହୋଇନି। ଆଜି ବି ଚାଲିଛି ଟିକାକରଣ ଭଲ ଭାବେ ଚାଲିଛି ବୋଲି ସେ କହିଛନ୍ତି ।

ତେବେ ଗତକାଲି cowin softwareରେ ପ୍ରାଥମିକ ପର୍ଯ୍ୟାୟରେ onnectivity ସମସ୍ୟା ଥିଲା। server downକୁ ଠିକ କରାଯାଇଛି। ଆଜି ବି sesan schedulingରେ ସାମାନ୍ୟ ସମସ୍ୟା ପରିଲକ୍ଷିତ ହୋଇଥିଲା। ତା ବି ଠିକ ହୋଇଛି। offline ଓ online ପଞ୍ଜାକରଣ ବ୍ୟବସ୍ଥା ରହିଛି । ସେମାନେ ଟୀକାକରଣ କେନ୍ଦ୍ର ଯାଇ ପଞ୍ଜୀକରଣ କରି ଟିକା ନେଇ ପାରିବେ ବୋଲି ସ୍ବାସ୍ଥ୍ଯ ନିର୍ଦ୍ଦେଶକ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା 264 sesan ହୋଇଛି। ଆଗକୁ ଆହୁରି ବଢ଼ିବ। ସବୁ ଘରୋଇ କେନ୍ଦ୍ରରେ ଟିକାକରଣ ହୋଇନି। ଧୀରେ ଧୀରେ ସେଠାରେ ହେବ। ସହର ଗୁଡ଼ିକରେ ସପ୍ତାହରେ ପାଞ୍ଚ ଦିନ ଟୀକାକରଣ ହେବ ଏବଂ CHC ଗୁଡିକରେ 3 ଦିନ ହେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଡାକ୍ତର ପାଣିଗ୍ରାହୀ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
odisha corona vaccination update
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X