Get Updates
Get notified of breaking news, exclusive insights, and must-see stories!

ସପ୍ତାହରେ ପାଞ୍ଚ ଦିନ ହେବ ଟିକାକରଣ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଅନଲାଇନ ପଞ୍ଜିକରଣ ପାଇଁ ବରିଷ୍ଠ ନାଗରିକ ଅସୁବିଧାର ସମ୍ମୁଖିନ ହୋଇବା ଦେଖିବାକୁ ମିଳିଥିଲା । ଫଳରେ ଅଲଲାଇନ ସହ ଅଫଲାଇନର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଭୁବନେଶ୍ବର: ସୋମବାରଠୁ ରାଜ୍ୟରେ ଆରମ୍ଭ ହୋଇଛି 2ୟ ପର୍ଯ୍ୟାୟ କରୋନା ଟିକାକରଣ । ଏଥି ସହିତ ସାଧାରଣଙ୍କୁ ମଧ୍ୟ ଗତକାଲିଠୁ କରୋନା ଟିକା ମିଳିଛି । ତେବେ ଅନଲାଇନ ପଞ୍ଜିକରଣ ପାଇଁ ବରିଷ୍ଠ ନାଗରିକ ଅସୁବିଧାର ସମ୍ମୁଖିନ ହୋଇବା ଦେଖିବାକୁ ମିଳିଥିଲା । ଫଳରେ ଅଲଲାଇନ ସହ ଅଫଲାଇନର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଗତକାଲି 60 ବର୍ଷରୁ ଉର୍ଦ୍ଧ୍ବ 11,289 ଜଣ ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଛି। ସେହିପରି 45ରୁ 59 ବର୍ଷ ଯାଏ 300 ଜଣଙ୍କୁ ଟିକା ଦିଆଯାଇଛି ବୋଲି ଜନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

odisha corona vaccination

ସେହିପରି 1 ହଜାର 41 ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଟିକା ନେଇଛନ୍ତି । 6 ହଜାର 860 ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ଵିତୀୟ ଡୋଜ ଟିକା ନେଇଥିବା ସେ କହିଛନ୍ତି । ତେବେ ବୟସ୍କ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧ ମିଶି 21,914 ସଫଳ ଭାବେ ହୋଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । କେଉଁଠି ବି ପାର୍ଶ୍ଵ ପ୍ରତିକ୍ରିୟା ହୋଇନି। ଆଜି ବି ଚାଲିଛି ଟିକାକରଣ ଭଲ ଭାବେ ଚାଲିଛି ବୋଲି ସେ କହିଛନ୍ତି ।

ତେବେ ଗତକାଲି cowin softwareରେ ପ୍ରାଥମିକ ପର୍ଯ୍ୟାୟରେ onnectivity ସମସ୍ୟା ଥିଲା। server downକୁ ଠିକ କରାଯାଇଛି। ଆଜି ବି sesan schedulingରେ ସାମାନ୍ୟ ସମସ୍ୟା ପରିଲକ୍ଷିତ ହୋଇଥିଲା। ତା ବି ଠିକ ହୋଇଛି। offline ଓ online ପଞ୍ଜାକରଣ ବ୍ୟବସ୍ଥା ରହିଛି । ସେମାନେ ଟୀକାକରଣ କେନ୍ଦ୍ର ଯାଇ ପଞ୍ଜୀକରଣ କରି ଟିକା ନେଇ ପାରିବେ ବୋଲି ସ୍ବାସ୍ଥ୍ଯ ନିର୍ଦ୍ଦେଶକ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା 264 sesan ହୋଇଛି। ଆଗକୁ ଆହୁରି ବଢ଼ିବ। ସବୁ ଘରୋଇ କେନ୍ଦ୍ରରେ ଟିକାକରଣ ହୋଇନି। ଧୀରେ ଧୀରେ ସେଠାରେ ହେବ। ସହର ଗୁଡ଼ିକରେ ସପ୍ତାହରେ ପାଞ୍ଚ ଦିନ ଟୀକାକରଣ ହେବ ଏବଂ CHC ଗୁଡିକରେ 3 ଦିନ ହେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଡାକ୍ତର ପାଣିଗ୍ରାହୀ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+