ଜାଣନ୍ତୁ, ମାଗଣା ଟିକାକରଣ ପାଇଁ କେମିତି କରିବେ ରେଜିଷ୍ଟ୍ରେସନ ?
ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତା ୨୮ ତାରିଖରେ ପଞ୍ଜିକରଣ ଆରମ୍ଭ ହେବ । କେଉଁ ପ୍ରକ୍ରିୟାରେ ସେନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ମାଗଣାରେ ଟିକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତା ୨୮ ତାରିଖରେ ପଞ୍ଜିକରଣ ଆରମ୍ଭ ହେବ । କେଉଁ ପ୍ରକ୍ରିୟାରେ ସେନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଟିକାକରଣ ନିମନ୍ତେ କୋୱିନ ପୋର୍ଟାଲରେ ୨ଟି ପଦ୍ଧତିରେ ପଞ୍ଜୀକରଣ କରିହେବ। ପ୍ରଥମେ ପଞ୍ଜୀକରଣ କରିବାକୁ ହେବ। ଏହାପରେ ଟିକାରେ ଉପଲବ୍ଧତାକୁ ଦେଇ ଆପଏଣ୍ଟମେଣ୍ଟ ପ୍ରକିୟା ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ କେନ୍ଦ୍ରକୁ ଆସିବାକୁ କୁହାଯିବ। ଏଥି ନିମନ୍ତେ ସ୍ଲଟ ବୁକିଂ କରାଯିବ । କିଏ, କେଉଁଠି, କେତେବେଳେ ଟିକା ନେବେ ସେନେଇ ମେସେଜ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ଯେତିକି ପରିମାଣର ଟିକା ମିଳିବ ତାହା ଉପରେ ତୃତୀୟ ପର୍ଯ୍ୟାୟ ଟିକାକରଣ ନିର୍ଭର କରିବ ବୋଲି ସେ କହିଛନ୍ତି । ଦୁଇଟି କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ଟିକା ଯୋଗାଇ ଦେବାପାଇଁ ଚିଠି ଲେଖିଛୁ ମାତ୍ର କିଛି ଉତ୍ତର ଆସିନି । ଏନେଇ ସୂଚନା ମିଳିବା ପରେ ତଥା ଟିକା ଆସି ପହଞ୍ଚିବା ପରେ ତୃତୀୟ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯିବ। ପ୍ରତିଦିନ ପ୍ରାୟ ୯୦ରୁ ୧୦୦ ପ୍ରାଇଭେଟ ହସ୍ପିଟାଲରେ ଟିକାକରଣ ହେଉଛି। ଅବଶିଷ୍ଟ ସରକାରୀ କେନ୍ଦ୍ରରେ ଟିକାକରଣ ଚାଲିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
କରୋନା ହୋଇଥିଲେ ଟିକା ନେଇପାରିବେ। କିନ୍ତୁ କରୋନାରୁ ଭଲ ହେବାର ୪ ସପ୍ତାହ ପରେ ଟିକା ନେବେ। ଯେଉଁମାନେ ଘରୋଇ ଡାକ୍ତରଖାନାରେ ଟଙ୍କା ଦେଇ ପ୍ରଥମ ଡୋଜ ନେଇଥିବେ ସେମାନେ ଦ୍ଵିତୀୟ ଡୋଜ ସରକାରୀ ଡାକ୍ତରଖାନାରେ ମାଗଣାରେ ନେଇପାରିବେ ବୋଲି ସେ କହିଛନ୍ତି ।
ଉଲ୍ଲେଖଥାଉ କି, ରାଜ୍ୟବାସୀଙ୍କୁ ମେ ପହିଲାରୁ ମାଗଣାରେ ମିଳିବ ଟିକା। ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯିବ ଟିକା । ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଥିବା ବେଳେ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ନାମ ପଞ୍ଜୀକରଣ ।












Click it and Unblock the Notifications