ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା
ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ ଜୋରସୋରରେ ଚାଲିଛି ପଞ୍ଜୀକରଣ । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ।
ଭୁବନେଶ୍ୱର: ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ ଜୋରସୋରରେ ଚାଲିଛି ପଞ୍ଜୀକରଣ । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ।
କୋଓ୍ବିନ ପୋର୍ଟାଲରେ ଟିକା ନେବାକୁ ଆବେଦନ କରାଯାଉଛି । ଏପର୍ଯ୍ୟନ୍ତ ଟିକା ନେବା ପାଇଁ ୪୫ ହଜାରରୁ ଅଧିକ କିଶୋର ପଞ୍ଜୀକରଣ କରିସାରିଛନ୍ତି । ଆସନ୍ତାକାଲିଠୁ କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ଟିକାକରଣ କରାଯିବ ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, 'ଟିକାକରଣ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ୍ ରହିଛି ଏବଂ ପର୍ଯ୍ୟାପ୍ତ ପରିମାଣର ଭ୍ୟାକ୍ସିନ ସବୁ ଜିଲ୍ଲାରେ ପହଞ୍ଚିସାରିଛି। ସବୁ ଜିଲ୍ଲାରେ ମଧ୍ୟ ନିର୍ଦ୍ଦିଷ୍ଟ ଟିକାକରଣ କେନ୍ଦ୍ର ଖୋଲାଯାଇଛି। କେବଳ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୯୩୯ଟି ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଏହା ବାଦ ଅନ୍ୟ ଯେଉଁଠି ଟିକାକରଣ ଚାଲିଛି ସେଠି ମଧ୍ୟ ଏହି ବର୍ଗର ପିଲାଙ୍କୁ ଟିକା ଦିଆଯିବ।
ସକାଳ ୮ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭ୍ୟାକସିନ୍ ଦିଆଯିବ । ସ୍ୱତନ୍ତ୍ର ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଟିକାକରଣ କେନ୍ଦ୍ରରେ ଦିନ ସାରା ଟିକାକରଣ ଚାଲିବ। ଅନ୍ୟ ଯେଉଁଠି ଟିକାକରଣ ଚାଲିଛି, ସେଠାରେ ମଧ୍ୟ କିଶୋରଙ୍କୁ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ତେବେ ମାସେ ମଧ୍ୟରେ ଆମେ ପିଲାଙ୍କ ପ୍ରଥମ ଡୋଜ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜାନୁଆରୀ ୧ ତାରିଖରୁ ଯେଉଁମାନେ ଅନଲାଇନ ଜରିଆରେ ପଞ୍ଜିକରଣ କରିଥିବେ, ସେମାନେ ଟିକା ନେଇ ପାରିବେ। ଏହାଛଡ଼ା ଯେଉଁମାନେ ଅନଲାଇନ ପଞ୍ଜିକରଣ କରି ନାହାନ୍ତି ସେମାନେ କାଲି ଅନସ୍ପଟ ପଞ୍ଜିକରଣ କରି ଟିକା ନେଇ ପାରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।












Click it and Unblock the Notifications