ଏପ୍ରିଲ୍ ପହିଲାରୁ ଦୈନିକ ୨ ଲକ୍ଷ ଟିକାକରଣ
ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟିକାକରଣ କରାଯିବା ନେଇ ସୂଚନା ରହିଛି।
ଭୁବନେଶ୍ୱର: ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟିକାକରଣ କରାଯିବା ନେଇ ସୂଚନା ରହିଛି। ଟିକାକରଣରେ ଅନୁଗୁଳ, ବରଗଡ଼, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗିର, ମୟୂରଭଞ୍ଜ, ସୋନପୁର, ନବରଙ୍ଗପୁର, ନୂଆପଡା ଜିଲ୍ଲା ପଛରେ ଅଛି ବୋଲି ସୂଚନା ମିଳିଛି।

ଆଜି ଅଧିକ ଟିକାକରଣ ନେଇ ସମୀକ୍ଷା ବୈଠକ ହେବ। ଏହାସହ ରାଜ୍ୟରେ ଏବେ ୧ ହଜାର କେନ୍ଦ୍ରରେ ଟିକା ଦିଆଯାଉଛି। ଟିକା ନଷ୍ଟ ହେବାରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ଅଛି ବୋଲି ଜଣାପଡିଛି। ଆମ ରାଜ୍ୟରେ ୦.୨ ପ୍ରତିଶତ ଟିକା ନଷ୍ଟ ହୋଇଥିବା ଜଣାଯାଇଛି। ଅନ୍ୟ ରାଜ୍ୟରେ ୧୦ ପ୍ରତିଶତ ଟିକା ନଷ୍ଟ ହେଉଛି। ଏପ୍ରିଲ ୨ରେ ୯ଲକ୍ଷ ୮୮ ହଜାର୨୫୦ ଡୋଜ ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।
ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ମୋଟ ୨୨ ଲକ୍ଷ ୩୬ ହଜାର ୬୧୫ ଜଣଙ୍କୁ ଟିକାକରଣ ହୋଇଛି। ଏହା ମଧ୍ୟରୁ ୧୩ ଲକ୍ଷ ୪୭ ହଜାର ୭୮୭ ଜଣ ବରିଷ୍ଠ ଏବଂ ବହୁବିଧ ରୋଗାକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ପହଞ୍ଚି ସାରିଛି। ଏବେ ଓଡିଶାରେ ୧୭ଲକ୍ଷ ଡୋଜ ଟିକା ମହଜୁଦ ରହିଛି।












Click it and Unblock the Notifications