ଆମ ରାଜ୍ୟରେ ୧ ତଳେ ରହିଛି ଆର ଭାଲ୍ୟୁ: ଡିଏମଇଟି
ରାଜ୍ୟରେ ଧିରେ ଧିରେ କମ ହେବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ସଂଖ୍ୟାରେ ମଧ୍ୟ ହ୍ରାସ ଘଟୁଥିବା ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆଉ ଏକ ଆସ୍ୱସ୍ତ କର ଖବର ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମ ହେବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ସଂଖ୍ୟାରେ ମଧ୍ୟ ହ୍ରାସ ଘଟୁଥିବା ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆଉ ଏକ ଆସ୍ୱସ୍ତ କର ଖବର ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ତଳ ମୁହାଁ ଥିବାରୁ ଆର ଭାଲ୍ୟୁ ୧ ତଳେ ରହିଥିବା ଅନୁମାନ କରାଯାଉଛି ।

ଆର ଭାଲ୍ୟୁ କଣ ?
ପ୍ରଥମେ ଆପଣ ଜାଣିବା ଉଚିତ୍ ଆର ଭାଲ୍ୟୁ କଣ । ଡିଏମଇଟିଙ୍କ କହିବା ଅନୁଯାଇ, ଗୋଟିଏ ସଂକ୍ରମିତ ବ୍ୟକ୍ତି ତା ପରିସରରେ ଥିବା ଯେକେ ଲୋକଙ୍କୁ ସଂକ୍ରମିତ କରିଥାଏ । ତାହା ଆର ଭାଲ୍ୟୁରେ ହିସାବ କରାଯାଏ । ଅର୍ଥାତ ଯଦି ଜଣେ କରୋନା ସଂକ୍ରମିତ କେବଳ ଜଣଙ୍କୁ ସଂକ୍ରମିତ କରୁଛି । ତେବେ ଆର ଭାଲ୍ୟୁ ୧ ବୋଲି କୁହାଯାଇ ପାରିବ ।
ଡିଏମଇଟି ଆହୁରି କହିଛନ୍ତି...
ଓଡ଼ିଶାରେ ଏଯାଏଁ ୧ ଛୁଇଁନାହିଁ ଆର ଭାଲ୍ୟୁ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଆର ଭାଲ୍ୟୁ ଭଲ ରହିଛି । କେରଳରେ ଆର ଭାଲ୍ୟୁ ୧.୧ ରହିଛି । ଆର ଭାଲ୍ୟୁ ୧ ଉପରେ ରହିଲେ ସଂକ୍ରମଣ ବଢିବ । ଆର ଭାଲ୍ୟୁ ଗୋଷ୍ଠୀରେ ପ୍ରତିଫଳିତ ହୋଇଥାଏ । ଆର ଭାଲ୍ୟୁ ହେଲେ ଗୋଷ୍ଠୀରେ କିପରି ପ୍ରତିଫଳିତ ହେଉଛି ତାର କାରଣ ଖୋଜା ଚାଲିଛି । ଆର ଭାଲ୍ୟୁ ହେଲେ ସଂକ୍ରମଣ ଅଧିକ ହୋଇଥାଏ । ଚାଇନାରେ ପ୍ରଥମ ୱେଭରେ ଆର ଭେଲ୍ୟୁ ୬ ଉପରେ ଥିଲା । କିନ୍ତୁ ଭାରତରେ ଦ୍ୱିତୀୟ ୱେଭରେ ଦେଖିବାକୁ ମିଳିନାହିଁ । ଏହାକୁ ନେଇ ବ୍ୟସ୍ତ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।












Click it and Unblock the Notifications