କରୋନା କୋପ: ରାଜ୍ୟରେ ୫୮୮ ଜଣ ସଂକ୍ରମିତ, ଖୋର୍ଦ୍ଧାରେ ସେଞ୍ଚୁରୀ ପାର୍

ଗତକାଲି ଦୈନିକ ସଂକ୍ରମଣ ସଂଖ୍ୟା ୫୭୩ ଥିବା ବେଳେ ଆଜି ଏହି ସଂଖ୍ୟା ୫୮୮ରେ ପହଞ୍ଚିଛି। କ୍ବାରେଣ୍ଟାଇନରୁ ୩୪୨, ସ୍ଥାନୀୟ ଅଞ୍ଚଳରୁ ୨୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ବେକାକୁ ହେଲାଣି କରୋନା ସଂକ୍ରମଣ । ଦିନକୁ ଦିନ ବଢି ଚାଲିଛି ସଂକ୍ରମଣ ସଂଖ୍ୟା । ଗତ ଦୁଇ ଦିନରେ 5 ଶହରୁ ଉର୍ଦ୍ଧ୍ବ ଚିହ୍ନଟ ହେଉଛନ୍ତି ସଂକ୍ରମିତ । ଗତକାଲି ଦୈନିକ ସଂକ୍ରମଣ ସଂଖ୍ୟା ୫୭୩ ଥିବା ବେଳେ ଆଜି ଏହି ସଂଖ୍ୟା ୫୮୮ରେ ପହଞ୍ଚିଛି। କ୍ବାରେଣ୍ଟାଇନରୁ ୩୪୨, ସ୍ଥାନୀୟ ଅଞ୍ଚଳରୁ ୨୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Odisha Corona Update

ତେବେ ଗତ 24ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ସୁନ୍ଦରଗଡ଼ରୁ ୮୪, କଳାହାଣ୍ଡିରୁ ୬୪ ଓ ଝାରସୁଗୁଡ଼ାରୁ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି କଟକରୁ ୩୦, ନୂଆପଡ଼ାରୁ ୨୯, ସମ୍ବଲପୁରରୁ ୨୮, ଗଞ୍ଜାମରୁ ୨୭, ପୁରୀରୁ ୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ବରଗଡ଼ରୁ ୨୧, ଯାଜପୁରରୁ ୧୫, ବାଲେଶ୍ୱରରୁ ୧୩, ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୧୧ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍‌ରୁ ୨୩ ପଜିଟିଭ ବାହାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+