ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ, କିନ୍ତୁ ବଢୁଛି ସଂକ୍ରମିତ ପିଲାଙ୍କ ସଂଖ୍ୟା
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦିନକୁ ଦିନ କମୁଥିବା ବେଳେ ପିଲାଙ୍କ ସଂକ୍ରମଣ ଚିନ୍ତା ବଢ଼ାଉଛି। ଦିନକରେ ୭୭୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଶୂନରୁ ୧୮ବର୍ଷ ବୟସର ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦିନକୁ ଦିନ କମୁଥିବା ବେଳେ ପିଲାଙ୍କ ସଂକ୍ରମଣ ଚିନ୍ତା ବଢ଼ାଉଛି। ଦିନକରେ ୭୭୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଶୂନରୁ ୧୮ବର୍ଷ ବୟସର ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରୁ ୪୫୪, ଲୋକାଲ କେସ୍ ୩୨୫ ଚିହ୍ନଟ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୪, ବାଲେଶ୍ୱରରୁ ୫୯, ପୁରୀରୁ ୩୯, ଯାଜପୁରରୁ ୩୪, ଜଗତସିଂହପୁରରୁ ୩୧, ମୟୂରଭଂଜରୁ ୨୭, କେନ୍ଦ୍ରାପଡ଼ାରୁ ୨୧, ଅନୁଗୋଳରୁ ୨୦ ଓ ନୟାଗଡ଼ରୁ ୧୮ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୦ ଜଣ, ଭଦ୍ରକ ଓ କେନ୍ଦୁଝରରୁ ୧୫ ଜଣ ଲେଖାଏଁ, ସମ୍ବଲପୁରରୁ ୧୩, ଦେବଗଡ଼ ଓ ଢେଙ୍କାନାଳରୁ ୯ ଜଣ ଲେଖାଏଁ, ଗଂଜାମରୁ ୮, ବରଗଡ଼ରୁ ୫, ରାୟଗଡ଼ାରୁ ୪, ବଲାଙ୍ଗିରରୁ ୩, ସୁବର୍ଣ୍ଣପୁର ଓ ବୌଦ୍ଧରୁ ୨ଜଣ ଲେଖାଏଁ , ଗଜପତିରୁ ଜଣେ, ଝାରସୁଗୁଡ଼ାରୁ ୭, ମାଲକାନଗିରିରୁ ୬, କନ୍ଧମାଳରୁ ୫, କୋରାପୁଟରୁ ୩, ନୂଆପଡ଼ାରୁ ୨, କଳାହାଣ୍ଡିରୁ ଜଣେ ଏବଂ ଷ୍ଟେଟପୁଲରୁ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫ ହଜାର ୬୫୪କୁ ବୃଦ୍ଧି ପାଇଛି।
ସେହିପରି ରାଜ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୨୫ ଜଣ ଅଛନ୍ତି। ଏହାବାଦ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୭ ଜଣ ଲେଖାଏଁ, ଜଗତସିଂହପୁରରୁ ୬, ଅନୁଗୋଳରୁ ଓ ମୟୂରଭଞ୍ଜରୁ ଜଣ ୫ ଲେଖାଏଁ, ବାଲେଶ୍ୱର, ଭଦ୍ରକ ଓ ଢେଙ୍କାନାଳରୁ ୩ ଜଣ ଲେଖାଏଁ, ନୟାଗଡ଼ରୁ ୨, ବୌଦ୍ଧ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି।












Click it and Unblock the Notifications