ଆଜି ହଜାରେ ତଳେ ଦୈନିକ କରୋନା ସଂକ୍ରମଣ, ପୁଣି ୧୨୮ ପିଲାଙ୍କୁ ପଜିଟିଭ
ଗତ ୨୪ ଘଣ୍ଟା ମଧ୍ୟରେ ୯୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୭୪ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୪୧୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ୯୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୭୪ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୪୧୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆ ସଂକ୍ରମିତଙ୍କ ମଧ୍ୟରେ ପୁଣି ୧୨୮ ଜଣ ପିଲା ପଜିଟିଭ ଥିବା ଜଣାପଡିଛି । ସେହିପରି କରୋନାରେ ଆଉ ୬୯ ଜଣଙ୍କ ମୃତ୍ୟୁ ହୋଇଛି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୭୩ ଜଣ ଥିବା ବେଳେ, କଟକରୁ ୧୩୯ ଓ ଷ୍ଟେଟ୍ ପୁଲରୁ ୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଚନ୍ତି । ସେହିପରି ଯାଜପୁରରୁ ୪୯, ଜଗତସିଂହପୁରରୁ ୪୫, ମୟୂରଭଞ୍ଜରୁ ୩୨, ପୁରୀରୁ ୩୨, ବାଲେଶ୍ୱରରୁ ୨୫, ଅନୁଗୁଳରୁ ୨୪, କେନ୍ଦ୍ରାପଡ଼ାରୁ ୨୩, ନୟାଗଡ଼ରୁ ୨୦, ବଲାଙ୍ଗୀରରୁ ୧୭, ଢେଙ୍କାନାଳରୁ ୧୫, ସମ୍ବଲପୁରରୁ ୧୫, ଭଦ୍ରକରୁ ୧୪, ସୁନ୍ଦରଗଡ଼ରୁ ୧୩, କେନ୍ଦୁଝରରୁ ୧୩, କନ୍ଧମାଳ ୧୨, ଦେବଗଡ଼ରୁ ୯, ଗଞ୍ଜାମରୁ ୮, କଳାହାଣ୍ଡି ଓ ନବରଙ୍ଗପୁରରୁ ୬ ଜଣ ଲେଖାଏଁ, ରାୟଗଡ଼ାରୁ ୪, କୋରାପୁଟରୁ ୩, ମାଲକାନଗିରି, ସୋନପୁର, ବରଗଡ଼ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ରାଜ୍ୟରୁ ହଜାରେ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ୍ ଆକ୍ଟିଭ କେସ ରହିଛି ୯ ହଜାର ୫୭୮ । ୨୪ଘଂଟା ଭିତରେ ୭୦ ହଜାର ୭୯ଟି ନମୂନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ୧ଦାମିକ ୪୦ ପ୍ରତିଶତ । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୯ ହଜାର ୧୭୩ କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୮୨ ହଜାର ୩୧୯ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୯ ହଜାର ୫୭୮ ।












Click it and Unblock the Notifications