ଆଜି ୭୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୯୬ ଛୁଆ ପଜିଟିଭ୍
ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୯୬ଜଣ ଶୂନରୁ ୧୮ ବୟସର ପିଲା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୯୬ଜଣ ଶୂନରୁ ୧୮ ବୟସର ପିଲା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଜପତିରେ ଶୂନ ସଂକ୍ରମଣ ରହିଛି । କ୍ୱାରେଣ୍ଟାଇନରୁ ୪୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୨୯୯ । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୧ଶହ୬୭ ଜଣ କରୋନା ରୋଗୀ। ଦିନକରେ ୬୮ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୯ ଜଣ ଥିବା ବେଳେ କଟକରୁ ୯୧, ଅନୁଗୋଳରୁ ୧୫, ବାଲେଶ୍ୱରରୁ ୧୯, ବରଗଡ଼ରୁ ୨, ଭଦ୍ରକରୁ ୨୨, ବଲାଙ୍ଗିରରୁ ୪, ବୌଦ୍ଧରୁ ଜଣେ, ଦେବଗଡ଼ରୁ ୫, ଢେଙ୍କାନାଳରୁ ୧୫, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩୩, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୫, କନ୍ଧମାଳରୁ ୯, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୧୧, କୋରାପୁଟରୁ ୩, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୧୮, ନୂଆପଡ଼ାରୁ ୨, ପୁରୀରୁ ୧୬, ରାୟଗଡ଼ାରୁ ୮, ସମ୍ବଲପୁରରୁ ୬, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୧ ଓ ଷ୍ଟେଟ୍ ପୁଲ୍ରୁ ୬୦ ଜଣ ଅଛନ୍ତି ।
୭୨୦ଟି ନୂଆ କେସ୍ ଆସିବା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୬ ହଜାର ୧୫୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୯ ହଜାର ୪୦୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯,୬୭୨ ଜଣ ଚିକିତ୍ସାଧୀନ ଅଛନ୍ତି ।
ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୦୨୧କୁ ବୃଦ୍ଧି ପାଇଛି । ଏହି ୬୮ ମୃତକଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୪ ଜଣ ଥିବା ବେଳେ ଅନୁଗୋଳ ଓ ଜଗତସିଂହପୁରରୁ ୮ ଜଣ ଲେଖାଏଁ, ଯାଜପୁରରୁ ୭, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରୁ ୬ ଜଣ ଲେଖାଏଁ, ଢେଙ୍କାନାଳ ଓ ଖୋର୍ଦ୍ଧାରୁ ୫ ଜଣ ଲେଖାଏଁ, ପୁରୀ ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ ଏବଂ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଅଛନ୍ତି ।












Click it and Unblock the Notifications