ଭଲ ଖବର: ୧୨ ଜିଲ୍ଲାରେ ନାହାନ୍ତି ଜଣେ ବି କରୋନା ସଂକ୍ରମିତ
ଗତକାଲି ୩୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତ ସଂଖ୍ୟା ୧୮ ଜିଲ୍ଲା ସୀମିତ ରହିଛି ।
ଭୁବନେଶ୍ୱର: ପାର୍ବଣ ଗଲା । ଶୀତ ଆସିଲା । ଭଲ ଖବର ହେଉଛି ଯେ, ରାଜ୍ୟରେ କରୋନା ସଂକ୍ରମଣରେ ବୃଦ୍ଧି ଦେଖା ଦେଇନାହିଁ । ଆଗକୁ ଦୀପାବଳି ଥିବାରୁ କଟକଣା କଡା କରିଛନ୍ତି ରାଜ୍ୟ ସରକାର । ସେପଟେ ରାଜ୍ୟରେ ଲଗାତାର କରୋନା ସଂକ୍ରମଣ ୪ଶହ ତଳେ ରହୁଛି । ଅନେକ ଜିଲ୍ଲାରୁ ଜଣେ ମଧ୍ୟ ସଂକ୍ରମିତ ଚିହ୍ନଟ ହେଉ ନାହାନ୍ତି । ଆଜି ୧୨ ଜିଲ୍ଲାରେ ସଂକ୍ରମିତ ନାହାନ୍ତି ।

ଗତକାଲି ୩୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତ ସଂଖ୍ୟା ୧୮ ଜିଲ୍ଲା ସୀମିତ ରହିଛି । ଅର୍ଥାତ ଆଜି ୧୨ ଜିଲ୍ଲାରେ ନାହାନ୍ତି ଜଣେ ବି କରୋନା ସଂକ୍ରମିତ । ତେବେ ସବୁ ଦିନ ପରି ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୧୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେହିପରି ଭଦ୍ରକରୁ ୮, ବଲାଙ୍ଗୀରରୁ ୫, ବୌଦ୍ଧରୁ ୧, କଟକରୁ ୨୯, ଢ଼େଙ୍କାନାଳରୁ ୧, ଗଞ୍ଜାମରୁ ୪, ଯଗତସିଂହପୁରରୁ ୭, ଯାଜପୁରରୁ ୯, ଝାରସୁଗୁଡ଼ାରୁ ୨, କେନ୍ଦ୍ରାପଡ଼ାରୁ ୧, କୋରାପୁଟରୁ ୩, ମୟୂରଭଞ୍ଜରୁ ୧୩, ନୟାଗଡ଼ରୁ ୩, ନୂଆପଡ଼ାରୁ ୨, ପୁରୀରୁ ୬, ସମ୍ବଲପୁରରୁ ୧୦, ସୁନ୍ଦରଗଡ଼ରୁ ୪ ଏବଂ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି ୪୨ ଜଣ କରୋନା ସଂକ୍ରମିତ। ରାଜ୍ୟରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ୪୨ ହଜାର ୧୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୯ ହଜାର ୫୮୫। ଏବେ ବି ୪ ହଜାର ୧୨୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
ଅନ୍ୟପଟେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟୁଛି । ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୪୦ ବୃଦ୍ଧି ପାଇଛି । ମହାମାରୀ କରୋନାରେ ବାଲେଶ୍ଵରରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ଵରରୁ ଜଣେ, ଜଗତସିଂହପୁରରୁ ଜଣେ ଏବଂ ପୁରୀରୁ ଜଣଙ୍କର ମୃତ୍ୟୁ ହୋଇଛି।












Click it and Unblock the Notifications