ଆଜି ରାଜ୍ୟରେ ଆଉ ୧୭୦୩ କରୋନା ପଜିଟିଭ୍ ଚିହ୍ନଟ

୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୭୦୩ କରୋନା ପଜିଟିଭ୍ । ଏହାସହ ଆଉ ୬୯ ଜଣଙ୍କ ଏହି ଭୂତାଣୁ ଦ୍ବାରା ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସରକାର ସୂଚାନା ଦେଇଛନ୍ତି ।

ଭୁବନେଶ୍ୱର: ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୭୦୩ କରୋନା ପଜିଟିଭ୍ । ଏହାସହ ଆଉ ୬୯ ଜଣଙ୍କ ଏହି ଭୂତାଣୁ ଦ୍ବାରା ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସରକାର ସୂଚାନା ଦେଇଛନ୍ତି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି ପାଇଛି।

Coronavirus

ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍‌ରୁ ୯୮୮ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୭୧୫ । ଆଜି ଖୋର୍ଦ୍ଧାରୁ ୩୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୨୪୦, କେନ୍ଦ୍ରାପଡ଼ାରୁ ୧୪୯, ପୁରୀରୁ ୧୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୮୮, ଯାଜପୁରରୁ ୮୫, ଷ୍ଟେଟ୍ ପୁଲରୁ ୭୧, ଭଦ୍ରକରୁ ୭୦, ମୟୂରଭଞ୍ଜରୁ ୬୨, ଅନୁଗୁଳରୁ ୫୯, ଢେଙ୍କାନାଳରୁ ୫୨, ଜଗତସିଂହପୁରରୁ ୫୧, ନୟାଗଡ଼ ୪୬, ସୁନ୍ଦରଗଡ଼ରୁ ୪୩, ରାୟଗଡ଼ାରୁ ୩୩, କେନ୍ଦୁଝରରୁ ୨୮, ସମ୍ବଲପୁରରୁ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୧୨, ଗଞ୍ଜାମ ଓ ସୋନପୁରରୁ ୧୦ ଜଣ ଲେଖାଏଁ, ଦେବଗଡ଼ରୁ ୯, କନ୍ଧମାଳରୁ ୮, ବରଗଡ଼ରୁ ୬, କୋରାପୁଟ, ଝାରସୁଗୁଡ଼ାରୁ ୫ ଜଣ ଲେଖାଏଁ, ମାଲକାନଗିରି ଓ ନବରଙ୍ଗପୁର ଓ ବୌଦ୍ଧରୁ ୪ ଜଣ ଲେଖାଏଁ, ବଲାଙ୍ଗୀର ଓ ଗଜପତିରୁ ୩ ଜଣ ଲେଖାଏଁ, ନୂଆପଡ଼ାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ, ଯେଉଁ ୬୯ ମୃତକଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪ ଆକ୍ରାନ୍ତଙ୍କ ମଅତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦, ଅନୁଗୋଳରୁ ୯, ଢେଙ୍କାନାଳରୁ ୮, ଝାରସୁଗୁଡ଼ାରୁ ୫, କନ୍ଧମାଳରୁ ୩, ବରଗଡ଼, ପୁରୀ, ସମ୍ବଲପୁରରୁ ୪ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି, ବଳାଙ୍ଗିରରୁ ୨, କଟକ, ଭଦ୍ରକ, ଜଗତସିଂହପୁର,ନୟାଗଡ଼, ମାଲକାନଗିରି, ନୂଆପଡ଼ାରୁ ଜଣେ ଲେଖା ଆକ୍ରାନ୍ତ ଆଖି ବୁଜିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+